Only for Entertainment

ଏପର୍ଯ୍ୟନ୍ତ ଅନୁଭବଙ୍କ ସାଥ୍ ପାଇ ନାହାଁନ୍ତି ଓଲିଉଡର ଏହି ନାୟିକା ।

facebook
0 44

ଓଲିଉଡ଼ରେ ଏମିତି ଜଣେ ନାୟିକା ଅଛନ୍ତି ଯାହାଙ୍କୁ ପ୍ରତ୍ୟେକ ସିନେମାରେ ଭିନ୍ନ ଭିନ୍ନ ନାୟକଙ୍କ ବିପକ୍ଷରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଅର୍ଥାତ ତାଙ୍କୁ ଏ ସବୁ ନାୟକଙ୍କ ନାୟିକା ହେବାର ଥରୁଟିଏ ସୁଯୋଗ ମିଳିଛି । ଏହି ନାୟିକା ଜଣକ ହେଲେ କୋଏଲ ବାନାର୍ଜୀ ।

ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ରେ କୋଏଲ ବାନାର୍ଜୀ ଓଲିଉଡ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ନିର୍ଦ୍ଦେଶକ ଶ୍ରୀତମ ଦାସ ତାଙ୍କୁ ବ୍ରେକ ଦେଇଥିଲେ । ଏଥିରେ ତାଙ୍କର ନାୟକ ଥିଲେ ଅରିନ୍ଦମ । ଏହାପରେ ସେ ବବି ମିଶ୍ର ଏବଂ ଦେବାଶିଷଙ୍କ ସହିତ ‘ତତେ ଭଲ ପାଉଚି ବୋଲି’, ଦୀପକଙ୍କ ସହିତ ‘ମନ ମୋର ପ୍ରଜାପତି’, ବାବୁସାନଙ୍କ ବିପକ୍ଷରେ ‘ୱାନ ଫୋର ଥ୍ରି ଆଇ ଲଭ ୟୁ’, ପପୁ ପମପମଙ୍କ ବିପକ୍ଷରେ ‘ଆମେ ତ ଟୋକା ଷଣ୍ଢ ମାର୍କା’, ବୁଦ୍ଧାଦିତ୍ୟଙ୍କ ସହିତ ‘ଓମ ସାଇ ରାମ’, ସମ୍ବିତଙ୍କ ସହ ‘ଆଶିକ’ ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ନଜର ଆସିଛନ୍ତି । ସବୁଠୁ ମଜାଦାର କଥା ହେଲା ଯେ କୋଏଲ ଯେଉଁ ନାୟକଙ୍କ ସହିତ ଯୋଡ଼ି ବନାଇଛନ୍ତି ତାହା ପ୍ରଥମ ଏବଂ ଅନ୍ତିମ ଥର ପାଇଁ ହୋଇଛି ।

ତେବେ ତାଙ୍କୁ ଏଯାବତ ଅନୁଭବ, ସବ୍ୟସାଚୀ, ଆକାଶ ଏବଂ ଅମ୍ଳାନ ଭଳି ଆଗଧାଡିର ନାୟକଙ୍କ ବିପକ୍ଷରେ ଦେଖିବାକୁ ମିଳି ନାହିଁ । କୋଏଲଙ୍କୁ ଶେଷଥର ଲାଗି ‘ଦୀପୁ ଦ ଡ୍ୟାନ୍ସ ବୟ’ ସିନେମାରେ ଚଳିତ ବର୍ଷ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More