Only for Entertainment

ବୁଢା ବୟସରେ କାଜୋଲଙ୍କ ଏହି ଅଭ୍ୟାସକୁ ନେଇ ଚିନ୍ତାରେ ଅଜୟ! ପ୍ରଥମ ଥର କହିଲେ ମନ କଥା ।

Latestly
47

କରଣ ଜୋହରଙ୍କ ଚାଟ ଶୋ’ କଫି ୱିଥ କରଣ-୬ରେ ଅଭିନେତା ଅଜୟ ଦେବଗନ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ କାଜୋଲ ଗେଷ୍ଟ ଭାବେ ଖୁବ ଶୀଘ୍ର ନଜର ଆସିବେ । ଏହି ଏପିସୋଡର ଦୁଇଟି ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିକୁ ଷ୍ଟାର ୱାଲ୍ଡ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ଏହି ଦୁଇ ଷ୍ଟାର କପଲଙ୍କ ମଜାଦାର ନୋକ ଖୋକ ଦେଖିବାକୁ ମିଳିଛି । ଏହା ସହିତ ଦୁହେଁ ପରସ୍ପରର କିଛି ସିକ୍ରେଟ ଖୋଲୁଥିବାର ମଧ୍ୟ ନଜର ଆସିଛି ।

ଭିଡିଓରେ ଅଜୟ ଦେବଗନ ପତ୍ନୀ କାଜୋଲଙ୍କ କିଛି ରାଜ ଖୋଲି କୁହନ୍ତି କାଜୋଲଙ୍କ ଫଟୋ କ୍ଲିକ କରିବା ପସନ୍ଦ । ଏବଂ ଏଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଫଟୋ ଉଠାଇ ସାରିବା ପରେ ତାକୁ ଠିକ କରିବା ପାଇଁ ୩ ଘଣ୍ଟା ଟାଇମ ବର୍ବାଦ କରିଥାନ୍ତି । କାରଣ ଏହି ଫଟୋକୁ ପୋଷ୍ଟ କରାଯିବ । ଏହାକୁ ଶୁଣି କରଣ ଜୋହର ମଝଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହା ସହିତ ଅଜୟ କହିଛନ୍ତି, ‘ପୂର୍ବରୁ କାଜୋଲ ଏ ସବୁ କରୁନଥିଲେ । କିନ୍ତୁ ଏବେ ବୁଢା ବୟସରେ…’ । ଅଜୟ ଏହି ମଜାଦାର କଥା ଶୁଣି କାଜୋଲ କୁହନ୍ତି ମୋର ବୁଢା ବୟସ ଆସିନାହିଁ ।

ଶୋ’ରେ କାଜୋଲ ଏବଂ ଅଜୟଙ୍କ ଯୋଡି ଖୁବ ମଜାଦାର ହେବ ବୋଲି ଭିଡିଓରୁ ଜଣାପଡୁଛି । ଦେଖିବାକୁ ବାକି ରହିଲା ଏହି ଏପିସୋଡ କେବେ ପ୍ରସାରଣ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More