Only for Entertainment

କଫି ୱିଥ କରଣ-୬ : ପ୍ରଥମ ଅତିଥି ହେବେ ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ ।

Latestly
0 27

ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ଟକ ଶୋ’ ‘କଫି ୱିଥ କରଣ’ର ଆଗାମୀ ସିଜିନ ଅକ୍ଟୋବର ୨୧ରୁ ଆରମ୍ଭ ହେବାକୁ ଯାଉଛି । ଏହି ସିଜିନର ପ୍ରଥମ ଗେଷ୍ଟ କିଏ ହେବ ତାହାକୁ ନେଇ ସମସ୍ତ ଅନୁମାନ ଲଗାଉଥିବା ବେଳେ କରଣ ଜୋହର ଏହାର ଖୁଲାସା କରିଛନ୍ତି । ଏହି ସିଜିନର ପ୍ରଥମ ଅତିଥି କେଉଁ ଦୁଇ ଜଣ ହେବେ ତାହାର ଖୁଲାସା କରଣ ଟ୍ୱିଟ କରି ସେୟାର କରିଛନ୍ତି ।

ଏହି ସିଜିନର ପ୍ରଥମ ଗେଷ୍ଟ ଭାବେ କରଣ ଜୋହରଙ୍କ ପ୍ରଶ୍ନର ସାମ୍ନା କରିବେ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ । କରଣ ଟ୍ୱିଟ କରି ଲେଖିଥିଲେ, କଫିର ପ୍ରଥମ କପ ଗର୍ଲ ପାୱାର ବିଷୟରେ । ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ ଆପଣଙ୍କୁ ସିଜିନର ପ୍ରଥମ ଏପିସୋଡକୁ ସ୍ୱାଗତ ।

କହିରଖୁଛୁ ଯେ, ଦୀପିକା ରଣବୀର ସିଂଙ୍କ ସହିତ ବିବାହକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଲିଆ ରଣବୀର କପୁରଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସବୁଠାରୁ ମଜା କଥାହେଉଛି ରଣବୀର କପୁର ଏବଂ ଦୀପିକା ପାଦୁକୋନ ପୂର୍ବରୁ ରିଲେସନସିପରେ ରହିଥିଲେ । ତେବେ ଦେଖିବା ମଜାଦାର ରହିବ କରଣଙ୍କ ପ୍ରଶ୍ନକୁ ଏହି ଦୁଇ ଅଭିନେତ୍ରୀ କିପରି ସାମ୍ନା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More