Only for Entertainment

ଲେଡି ଗାଗା ସଂସ୍କୃତରେ କଲେ ଟ୍ୱିଟ, ଭାରତୀୟ ୟୁଜର୍ସ କହିଲେ ‘ଜୟ ଶ୍ରୀ ରାମ’ !

29

କଣ୍ଠଶିଳ୍ପୀ ଲେଡି ଗାଗାଙ୍କର ସାରା ଦୁନିଆରେ କୋଟି କୋଟି ଫ୍ୟାନ୍ସ ଅଛନ୍ତି । ଅନୁମାନ ହେଉଛି ଅଚାନକ ତାଙ୍କର ଭାରତୀୟ ଫଲୋର୍ସ ବଢି ଯାଇଛନ୍ତି । ଏହା ଆମେ କହୁ ନାହୁଁ ବରଂ ନିଜେ ଟ୍ୱିଟର କହୁଛି । ଅସଲରେ ଲେଡି ଗାଗା ସଂସ୍କୃତରେ ଗୋଟିଏ ଟ୍ୱିଟ କରିଛନ୍ତି । ଏହାପରେ ଏଥିରେ ଭାରତୀୟ ମାନଙ୍କର ଲାଇକ ଏବଂ କମେଂଟ ଖୁବ ଆସିବାରେ ଲାଗିଛି ।

‘ଲୋକଃ ସମସ୍ତଃ ସୁଖିନୋ ଭବନ୍ତୁଃ’ ଲେଖି ଲେଡି ଗାଗା ଟ୍ୱିଟ କରିଛନ୍ତି । ଏହାର ଅର୍ଥ ହେଉଛି ସଂସାରରେ ସମସ୍ତେ ସବୁ ଜାଗାରେ ଖୁସିରେ ରୁହନ୍ତୁ । ଲେଡି ଗାଗାଙ୍କ ଏହି ଟ୍ୱିଟ ପରେ ଯେଉଁଠି ତାଙ୍କ ବିଦେଶୀ ଫ୍ୟାନ ଗୁଗଲରେ ଏହା ଅର୍ଥ ଖୋଜିବାକୁ ଲାଗିଥିଲେ , ସେହିଠାରେ ଭାରତୀୟ ୟୁଜର୍ସ ଏହାର ଅର୍ଥ ବୁଝି ଖୁବ ଖୁସି ହୋଇଥିଲେ ।

ଲେଡି ଗାଗାଙ୍କ ଟ୍ୱିଟରେ ରିଟ୍ୱିଟ କରି ଅନେକ ଭାରତୀୟ ଏହି ଶ୍ଳୋକର ଅର୍ଥ ଜଣାଇଛନ୍ତି ତ କେହି ‘ଜୟ ଶ୍ରୀରାମ କହିଛନ୍ତି । ଯେଉଁଠି ବିଦେଶୀ ୟୁଜର ଏହାର ଅର୍ଥ ଖୋଜିବା ପାଇଁ ମୁଣ୍ଡ ଖର୍ଚ୍ଚ କରିଛନ୍ତି, ସେହିପରି ଏବେ ଅନୁମାନ ହେଉଛି ଯେ ଲେଡି ଗାଗା ଏହା ହୁଏତ ନିଜ ଆଗାମୀ ଆଲବମ ପାଇଁ ଟ୍ୱିଟରେ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More