Only for Entertainment

ଲାକ୍ମି ଫ୍ୟାସନ୍ ୱିକ ୨୦୧୯ : ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଲା ଫରହାନ୍ ଅଖତର ଏବଂ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ଜଲୱା

google
40

ମାୟାନଗରୀ ମୁମ୍ବାଇରେ ଆରମ୍ଭ ହୋଇ ଯାଇଛି ଲାକ୍ମି ଫ୍ୟାସନ୍ ୱିକ୍ – ୱିଂଟର୍ ଫେଷ୍ଟିଭ୍ ୨୦୧୯ । ପ୍ରଥମ ଦିନ ପରି ଏହାର ଦିତୀୟ ଦିନ ବି ରହିଛି ବେଶ୍ ରଙ୍ଗାରଙ୍ଗ୍ । ଯେଉଁଠି ର‌୍ୟାମ୍ପରେ ଦେଖିବାକୁ ମିଳିଛି ମଡେଲ୍ ଶିବାନୀ ଦାଣ୍ଡେକର୍ । ଆଉ ର‌୍ୟାମ୍ପରେ ନିଜ ବୟଫ୍ରେଣ୍ଡ ଫରହାନ୍ ଅଖତରଙ୍କ ହାତରେ ହାତ ଧରି ଚାଲିବାର ନଜର ଆସିଲେ ଶିବାନୀ । ଦୁହିଁଙ୍କ ଭିତରେ କେମେଷ୍ଟ୍ରୀ ସଫା ଦେଖିବାକୁ ମିଳିଥିଲା ଏହି ଫ୍ୟାଶନ୍ ଶୋ’ରେ । ଫ୍ଲୋରାଲ୍ ପ୍ରିଂଟ୍ ଲେହଙ୍ଗା ସାଙ୍ଗକୁ ଜ୍ୟାକେଟ୍ ପରିଧାନ କରି ନଜର ଆସିଥିଲେ ଶିବାନୀ ଆଉ ସେହିପରି ପ୍ରିଂଟର ଶେରୱାନୀ ପରିଧାନ କରି ଜଲୱା ଦେଖାଇଥିଲେ ଫରହାନ୍ ଅଖତର୍ । ଡିଜାଇନର୍ ପାୟଲ୍ ସିଂଘଲଙ୍କ ପୋଷାକ ପିନ୍ଧି ରାମ୍ପକୁ ଓହ୍ଲାଇଥିଲେ ଏହି ଲଭ୍ ବାର୍ଡ ।

ସେପଟେ ଲାକ୍ମି ଫ୍ୟାଶନ୍ ୱିକ୍ରେ ଭାଗ ନେଇ ନିଜ ଏକ୍ସକ୍ଲୁସିଭ୍ କଲେକ୍ସ୍ନ୍ ପରିବେଷଣ କରିଥିଲେ ଡିଜାଇନର୍ ଅମିତ୍ ଅଗ୍ରୱାଲ୍ । ଆଉ ତାଙ୍କ ପାଇଁ ଶୋ’ ଷ୍ଟପର୍ ସାଜିଥିଲେ ମଡେଲ୍ ଲିଜା ହେଡେନ୍ । ଅନିଅନ୍ ପିଙ୍କ କଲର୍ ଶାଢୀ ଡ୍ରେସ୍ ପରିଧାନ କରି ର‌୍ୟାମ୍ପକୁ ଓହ୍ଲାଇଥିଲେ ଲିଜା ।

 

କେବଳ ଲିଜା ନୁହଁନ୍ତି ଅମିତଙ୍କ କଲେକସନର ଡ୍ରେସ୍ ପିନ୍ଧି ର‌୍ୟାମ୍ପରେ ନଜର ଆସିଥିଲେ କ୍ରିକେଟର୍ ହାର୍ଦ୍ଧିକ୍ ପାଣ୍ଡ୍ୟା । ଲିଜା ଓ ହାର୍ଦ୍ଧିକ୍ ଅମିତଙ୍କ ପାଇଁ ସାଜିଥିଲେ ଶୋ’ ଷ୍ଟପର୍ । ଏହିପରି ରଙ୍ଗିନ୍ ଅନ୍ଦାଜ୍ ସହ ଲାକ୍ମି ଫ୍ୟାଶନ୍ ୱିକ୍ ମାୟାନଗରୀ ମୁମ୍ବାଇକୁ କରିଛି ଆହୁରି ସରଗରମ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More