Only for Entertainment

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଜୀବନ ହରାଇଥିବା ସହୀଦଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଲତା ମଙ୍ଗେସ୍କର ।

36

ଭାରତର କୋକିଳ କଣ୍ଠର  ନାମରେ ପରିଚିତ ପ୍ରସିଦ୍ଧ ଗାୟିକାଲତା ମଙ୍ଗେସକର ସହିଦ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି । ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିତ ହୋଇଥିବା ୪୦ ଜଣ ଯବାନଙ୍କ ପରିବାରକୁ କୋଟି ଟଙ୍କା ସହାୟତା ଦେବାକୁ ସୋମବାର ସଂକଳ୍ପ ନେଇଛନ୍ତି ।ମାଷ୍ଟର ଦିନାନାଥ ମଙ୍ଗେସକରଙ୍କ ବଂଶଜ ଆଦିନାଥ ମଙ୍ଗେଶକର ଖୁଲାସା କରିଛନ୍ତି ଯେ, ଗାୟିକା ନିଜର ଖାତାରୁ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ବୀର ସଂଗଠନ’କୁ ଏହି ରାଶି ସହିଦ ପରିବାରକୁ ଦେବେ । ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀମାନେ ଫେବୃୟାରୀ ୧୪ରେ ଆତ୍ମଘାତୀ ବୋମା ବିସ୍ଫୋରଣ କରିଥିଲେ । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଘଟଣା ଦିନ ପ୍ରାୟ ୨୦୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ ଠାରୁ ଶ୍ରୀନଗର ଅଭିମୁଖେ ପ୍ରାୟ ୭୦ରୁ ଅଧିକ ବସ ଯୋଗେ ଯାଉଥିଲେ ।

 

ଆଦିନାଥ କହିଛନ୍ତି, ଲତା ମଙ୍ଗେସକରଙ୍କ ଦ୍ୱାରା ଦିଆଯିବାକୁ ଥିବା ଏକ କୋଟି ଟଙ୍କା ବ୍ୟତୀତ ମିତ୍ର କଶ୍ମୀର ଘାଟିରେ ସହିଦ ହୋଇଥିବା ବିଏସଏଫ ଯବାନଙ୍କ ପରିବାରକୁ ଅତିରିକ୍ତ ୧୧ ଲକ୍ଷ ଟଙ୍କା ଦିଆଯିବ । ମାଷ୍ଟର ଦିନାନାଥ ମଙ୍ଗେସକର ପୁରସ୍କାର ରାଶି ଘୋଷଣା ଅବସରରେ ଏହି ସୂଚନା ଦେଇଛନ୍ତି । ଏହି ଅବସରରେ ଲତା ମଙ୍ଗେସକରଙ୍କ ଭଉଣୀ ଓ ଭାଇ ହୃଦୟନାଥ ମଙ୍ଗେସକର ମଧ୍ୟ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More