Only for Entertainment

ରିଲିଜ ହେଲା ରୋମାଣ୍ଟିକ ମ୍ୟୁଜିକ ଭିଡିଓ ‘ବାସତେ’, ଗୀତରେ ଦେଖିବାରୁ ମିଳିଲା ନିଆରା ପ୍ରେମ କାହଣୀ

you tube
35

ରିଲିଜ୍ ହେଲା ଧ୍ୱନି ଭାନୁଶାଳୀଙ୍କ ରୋମାଂଟିକ୍ ଗୀତ ‘ବାସତେ’ । ଗୀତରେ କଣ୍ଠଦାନ କରିବା ସହ ଏହି ଗୀତ ଦୃଶ୍ୟାୟନରରେ ନଜର ଆସିଛନ୍ତି ଧ୍ୱନି । ଏଥିରେ ଧ୍ୱନୀଙ୍କ ସହ କଣ୍ଠଶିଳ୍ପୀ ନିଖିଲ୍ ଡିସୁଜାଙ୍କ ଗାୟିକୀ ମଧ୍ୟ ଏଥିରେ ଶୁଣିବାକୁ ମିଳିଛି । ଗୀତରେ ନାୟିକା ଭାବେ ଧ୍ୱନି ନଜର ଆସିଥିବାବେଳେ, ତାଙ୍କ ବିପକ୍ଷରେ ନାୟକ ଭାବେ ସିଦ୍ଧାର୍ଥ ଗୁପ୍ତାଙ୍କୁ ଦେଖିବାକୁ ମିଳିଛି । ସିଦ୍ଧାର୍ଥ ପେଶାରେ ଜଣେ ମଡେଲ । ଏକ ନିଆରା ପ୍ରେମ କାହାଣୀକୁ ଏହି ଗୀତରେ ସ୍ଥାନ ଦେଇଛନ୍ତି ମେକର୍ ।

ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗଚି । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଗୀତକୁ ଏପର୍ଯ୍ୟନ୍ତ ୨୯ ମିଲିଅନ ଭ୍ୟୁଜ ମିଳିସାରିଛି । ଗୀତିକାର ଅରଫାତ୍ ମେହମ୍ମୁଦ୍, ଏହି ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି । ଟି- ସିରିଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଜବରଦସ୍ତ ଗୀତର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଧିକା ରାଓ ଓ ବିନୟ ସାପ୍ରୁ । ଏହି ମ୍ୟୁଜିକ୍ ଭିଡିଓରେ ଧ୍ୱନିଙ୍କ ଡ୍ୟାନ୍ସ କମାଲ୍ ବି ଦେଖିବାକୁ ମିଳିଛି । ଗୀତରେ କୋରିଓଗ୍ରାଫି କରିଛନ୍ତି ଫିରୋଜ୍ ଖାନ୍ । ସ୍ରୋତା ଏହି ଗୀତକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More