Only for Entertainment

 ‘ରୁସ୍ତମ’ ଲେଖକଙ୍କୁ ମିଳିଲା ଲିଗାଲ ନୋଟିସ, ଧାର୍ମିକ ଭାବନାକୁ ଆହତ କରିବାର ଲାଗିଛି ଆରୋପ!

Zee News
20

ରୁସ୍ତମ ଫେମ ଲେଖକ ବିପୁଲ କେ. ରାୱଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ପ୍ରଥମ ଫିଲ୍ମ ‘ଟୋନୀ’ ରିଲିଜ ନହେଉ ମୁମ୍ବାଇର ଓକିଲ ହରିଶଚନ୍ଦ୍ର ସୋମେଶ୍ୱର ଲିଗାଲ ନୋଟିସ ପଠାଇଛନ୍ତି । ଓକିଲଙ୍କ କହିବା ଅନୁସାରେ ଫିଲ୍ମର ପୋଷ୍ଟର ଇଶାଇ ସମୁଦାୟର ଧାର୍ମିକ ଭାବନାକୁ ଆଘାତ ପହଁଚାଇଛି ।

ପୋଷ୍ଟରରେ ପବିତ୍ର କ୍ରାସର ଫେଟା ଦେଖିବାକୁ ମିଳିଛି ଯେଉଁ ଥିରେ ଏକ କଟା ହାତରେ ଶିଙ୍କୁଳି ବନ୍ଧା ହୋଇଥିବାର ନଜର ଆସିଛି । ନୋଟିସରେ ଲେଖା ହୋଇଛି ଯେ ନିର୍ମାତା ଏହି ଛବିକୁ ଅନୈତିକ ଭାବେ ବ୍ୟବହାର କରିଛନ୍ତି ଏହା ସହିତ କ୍ୟାଥୋଲିକ ସମୁଦାୟର ଭାବନାକୁ ଆହତ ପହଁଚାଇଛନ୍ତି ।

ନୋଟିସ ମିଳିବା ପରେ ରାୱଲ କହିଛନ୍ତି, ‘ମୋ ଫିଲ୍ମ ଏକ କ୍ୟାଥୋଲିକ ସିରିଏଲ କିଲର ଉପରେ ଆଧାରିତ । ମୁଁ ପୋଷ୍ଟରରେ ପବିତ୍ର କ୍ରାସ ଚିହ୍ନକୁ ବ୍ୟବହାର କରିଛି । କାରଣ ଏହା ସହିତ ମୋ ଫିଲ୍ମର ସମ୍ପର୍କ ରହିଛି । ’

ଏହା ସହିତ ରାୱଲ କହିଛନ୍ତି, ‘ମୁଁ କାହାର ଧାର୍ମିକ ଭାବନାକୁ ଆହତ କରିନାହିଁ । ଏହା କେବଳ ଲୋକଙ୍କ ଦୃଷ୍ଟିକୋଣ ସେମାନେ ଏହାକୁ କିପରି ଦେଖୁଛନ୍ତି । ମୁଁ ପୋଷ୍ଟରରେ କୌଣସି ପରିବର୍ତ୍ତନ କରିବି ନାହିଁ । ଯଦି ଲୋକଙ୍କର ସମସ୍ୟା ହେଉଛି ତେବେ ଆମେ ଏହାକୁ ନେଇ କଥା ହେବୁ ।’

‘ଟୋନୀ’ର କାହଣୀ ଚାରିଜଣ ମନୋବିଜ୍ଞାନ ଛାତ୍ରଙ୍କ ଉପରେ ଆଧାରିତ । ଏହି ଚାରିଜଣେ ଛାତ୍ର ଚର୍ଚ୍ଚର କନଫେସନ ବକ୍ସରେ କ୍ୟାମେରା ଲଗାଇ ସିରିଅଲ କିଲର ଟୋଲୀକୁ ଧରିଥାନ୍ତି । ଫିଲ୍ମ ୨୯ ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More