Only for Entertainment

ପଦ୍ମାବତ ଭଳି ଏବେ ସଲମାନଙ୍କ ପ୍ରଡକ୍ସନ ହାଉସ ଫିଲ୍ମ ଲଭରାତ୍ରୀ ନାଁରେ ଚାଲିଲା ବିବାଦ, ହିନ୍ଦୁ ସଂଗଠନ କଲେ କୁଶପତ୍ତଳିକା ଦାହ !

zeenews
0 30

ବଲିଉଡ ଷ୍ଟାର ସଲମାନ ଖାନ ଏବେ କିଛି ଦିନ ହେବ ରିଆଲିଟି ଶୋ ବିଗବସ ସିଜନ୧୨ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ଶୋ’ ୧୬ସେପ୍ଟେମ୍ବରରେ ପ୍ରସାରିତ ହେବ । ସେପଟେ ଖବର ଶୁଣିବାକୁ ମିଳିଛି ଯେ ସଲମାନଙ୍କ ହୋମ ପ୍ରଡକ୍ସନରେ ପ୍ରସ୍ତୁତି ହୋଇଥିବା ଫିଲ୍ମକୁ ନେଇ ଲଭରାତ୍ରୀ ଉପରେ ବିବାଦ ଉଠିଛି । ବାରଣାସୀରେ ହିନ୍ଦୁ ଜାଗରଣ ମଂଚର କର୍ମକର୍ତ୍ତା ମାନେ ଲଭରାତ୍ରୀ ଫିଲ୍ମର କୁଶପୁତିକା ଜଳାଇ ବିରୋଧ ଆରମ୍ଭ କରିଛନ୍ତି ।

୫ଅକ୍ଟୋବରରେ ରିଲିଜ ହେବାକୁ ଥିବା ଫିଲ୍ମ ଲଭରାତ୍ରୀରେ ନଜର ଆସିବେ ଆୟୁଷ ଶର୍ମା ଏବଂ ବରୀଦା ହୁସେନ । ଦୁଇ କଳାକାରଙ୍କର ଏହା ପ୍ରଥମ ଫିଲ୍ମ ଅଟେ । ଆୟୁଷ ଶର୍ମା ସଲମାନ ଖାନଙ୍କ ଭିଣୋଇ ଅଟନ୍ତି । ହିନ୍ଦୁୁ ସଂଗଠନ ଏହି ଫିଲ୍ମର ଟାଇଟଲକୁ ନେଇ ଆପତ୍ତି ଜତାଇ ସ୍କ୍ରିନିଂ ରୋକିବା ଲାଗି ଧମକ ଦେଇଛନ୍ତି ।

ସେମାନଙ୍କ କହିବା ମୁତାବକ ଏହି ଦୁଇ ନାଁ ପବିତ୍ର ପର୍ବର ତେଣୁ ଏହାକୁ ବିଗାଡିବା ଠିକ ନୁହେଁ । ହିନ୍ଦୁ ଜାଗରଣ ମଂଚର ଜିଲ୍ଲାଧକ୍ଷ ମଙ୍ଗଳ ଚୋବେ ମଧ୍ୟ ଏହି ସମ୍ପର୍କରେ କଡା ବୟାନ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More