Only for Entertainment

ମାଧୁରୀଙ୍କ ବେଲି ଡ୍ୟାନ୍ସ ହ୍ରିତିକଙ୍କୁ କଲା ଆଶ୍ଚର୍ଯ୍ୟ ! ଦେଖନ୍ତୁ ଭିଡିଓ

NDTV Khabar
104

ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଜଣେ ଅଭିନେତ୍ରୀ ହେବା ସହିତ ଭଲ ଡ୍ୟାନ୍ସର ମଧ୍ୟ । ମାଧୁରୀ ନିଜର ଦମଦାର ଅଭିନୟ ସହିତ ନିଜ ଡ୍ୟାନ୍ସିଂ ପାଇଁ ଖୁବ ପରିଚିତ । ନିକଟରେ ମାଧୁରୀ କଲର୍ସ ଟିଭିରେ ପ୍ରସାରିତ ରିୟଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ ୨’ର ସେଟରେ ଏପରି ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଯାହାକୁ ଦେଖି ଅଭିନେତା ହ୍ରିତିକ ରୋଶନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମାଧୁରୀଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ମାଧୁରୀଙ୍କ ଡ୍ୟାନ୍ସ ସହିତ ତାଙ୍କର ଲୁକକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

ମାଧୁରୀ ଏହି ଭିଡିଓରେ ବେଲି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ କଲର୍ସ ଟିଭି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ପ୍ରମୋ ଭିଡିଓରେ ମାଧୁରୀ ଜଣେ ପ୍ରତିଯୋଗୀଙ୍କ ସହିତ ତାଳ ଦେଇ ବେଲି ଡ୍ୟାନ୍ସ କରୁଛନ୍ତି । ମାଧୁରୀଙ୍କ ଡ୍ୟାନ୍ସ ଦେଖି ଶୋ’ରେ ଅତିଥି ଭାବେ ନଜର ଆସିଥିବା ହ୍ରିତିକ ରୋଶନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ମାଧୁରୀ ନିପକଙ୍କରେ ଟୋଟାଲ ଧମାଲ ଏବଂ କଳଙ୍କରେ ନଜର ଆସିଥିଲେ । ଟୋଟାଲ ଧମାଲରେ ମାଧୁରୀ ଅନିଲ କୁପରଙ୍କ ସହିତ ଅନେକ ଦିନ ପରେ ନଜର ଆସିଥିଲେ । ସେହିପରି କଳଙ୍କରେ ସେ ସଂଜୟ ଦତ୍ତଙ୍କ ସହିତ କାମ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More