Only for Entertainment

ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ପାଇଁ କାମରୁ ୧୦ ଦିନର ବ୍ରେକ ନେଲେ ଆଦିତ୍ୟ ରୟ କପୁର

dnaindia
32

ବିଶ୍ୱକପ କ୍ରିକେଟ ୨୦୧୯ରେ ଜୁଲାଇ ୯ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମହା ମୁକାବିଲା ଉପରେ ଏବେ ପ୍ରତ୍ୟେକ ଭାରତୀୟଙ୍କ ନଜର ରହିଛି । କାରଣ ବିଶ୍ୱକପ ଜିତିବା ପାଇଁ ଭାରତ ଆଉ ମାତ୍ର ଦୁଇ ପାଦ ଦୂରରେ ରହିଛି । ଏହି ଐତିହାସିକ ମ୍ୟାଚକୁ ନେଇ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ସେଥିପାଇଁ ତ କାମରୁ ଛୁଟି ନେଇ ଆଦିତ୍ୟ ଲଣ୍ଡନ ବାହାରିଛନ୍ତି ।

ରିପୋର୍ଟ ଅନୁସାରେ ଆଦିତ୍ୟ ବନ୍ଧୁ ଏବଂ ପରିବାର ସହିତ ମ୍ୟାଚ ଦେଖିବା ପାଇଁ ଚାହୁଁଛନ୍ତି । ସେଥିପାଇଁ ସେ ନିଜର ବିଜି ସିଡ୍ୟୁଲରୁ ୧୦ ଦିନ ସମୟ ବାହାର କରି ଲଣ୍ଡନ ଯିବା ପାଇଁ ବାହାରିଛନ୍ତି ।

 

 

View this post on Instagram

 

?

A post shared by @ adityaroykapur on

ଆଦିତ୍ୟ କପୁର କିଛି ଦିନରୁ ଫିଲ୍ମ ‘ମଙ୍ଗଳ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ସୁଟିଂ ଏବେ ଶେଷ ପର୍ଯ୍ୟାୟରେ । ଏହା ପରେ ଆଦିତ୍ୟ ନିଜର ଆଗାମୀ ଫିଲ୍ମ ‘ସଡକ ୨’ର ସୁଟିଂ ଆରମ୍ଭ କରିବେ । କିନ୍ତୁ ଏହା ପୂର୍ବରୁ ସେ ୧୦ ଦିନର ବ୍ରେକ ନେଇଛନ୍ତି । ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିବା ପାଇଁ ଆଦିତ୍ୟ ଆଜି ଲଣ୍ଡନ ଯାତ୍ରା କରିବେ ବୋଲି ଖବର ଶୁଣିବାକୁ ମିଳିଛି ।

ଆପଣଙ୍କୁ କହିରଖୁଛୁ ଯେ, ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇବା ପରେ ଟିମ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଶନିବାର ସାଉଥ ଆଫ୍ରିକା ଠାରୁ ୧୦ ରନରେ ହାରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ-ସାଉଥ ଆଫ୍ରିକା ମଧ୍ୟରେ ଖେଳାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More