Only for Entertainment

କଳଙ୍କ’ରୁ ସାମ୍ନାକୁ ଆସିଲା ମାଧୁରୀଙ୍କ ନୂଆ ଲୁକ ।

bollywood tadka
19

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ କଳଙ୍କର କିଛି ପୋଷ୍ଟର ସହିତ ଗୀତ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଭିନ୍ନ ଭିନ୍ନ ଲୁକରେ କଳାକାର ନଜର ଆସିଥିଲେ । କିନ୍ତୁ ଯେବେ ଠାରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ଫିଲ୍ମରେ ଆଲିୟା ଭଟ୍ଟ ଏବଂ ମାଧୁରୀ ଦିକ୍ଷୀତଙ୍କ ଲୁକ ବହୁ ଚର୍ଚ୍ଚାରେ । ଏହା ପୂର୍ବରୁ ଆଦିତ୍ୟ ରୟ କପୁର, ବରୁଣ ଧାୱନ ଏବଂ କୃତି ସାନନଙ୍କ ଏକ ଗୀତ ରିଲିଜ ହୋଇଥିଲା ଯେଉଁଥିରେ ଆଦିତ୍ୟଙ୍କ ଉପରୁ ଦର୍ଶକଙ୍କ ନଜର ହଟିଲା ନାହିଁ । ଏହି ଫିଲ୍ମରେ ଦୀର୍ଘ ୨୦ ବର୍ଷ ପରେ ସଂଜୟ ଦତ୍ତ ଏବଂ ମାଧୁରୀ ଏକା ସାଙ୍ଗରେ ନଜର ଆସିବେ । ଏହା ବ୍ୟତୀତ ଏହି ଫିଲ୍ମ କରଣ ଜୋହରଙ୍କ ଖୁବ ନିକଟତର ।

ଏହି ମଲ୍ଟିଷ୍ଟାରର ଫିଲ୍ମର ପ୍ରମୋଶନ ଖୁବ ଜୋରରେ ଚାଲିଛି । ନିକଟରେ ମାଧୁରୀଙ୍କ ଏକ ନୂଆ ଲୁକ ସାମ୍ନାକୁ ଆସିଛି । ଏହ ିଫଟୋକୁ ମାଧୁରୀ ତାଙ୍କ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି ।

ଫିଲ୍ମର କାହାଣୀ ହିନ୍ଦୁ ଓ ମୁସଲମାନ ଉପରେ ପର୍ଯ୍ୟବେଷିତ । ଏହି ଫିଲ୍ମର ବଜେଟ ପ୍ରାୟ ୮୦ କୋଟି । ଫିଲ୍ମରେ ମାଧୁରୀ ଏବଂ ଆଲିୟାଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର, ସଂଜୟ ଦତ୍ତ ଏବଂ ବରୁଣ ଧାୱନ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More