Only for Entertainment

ସ୍ମିତା ପାଟିଲଙ୍କ ସୁପରହିଟ ଫିଲ୍ମର ହେବ ରିମେକ, ଖାସ ଚରିତ୍ରରେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡିଜ

Google News
41

 ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ମିଳିଥିବା ଖବର ଅନୁସାରେ ଅଭିନେତ୍ରୀ ଜ୍ୟକଲିନ ଫର୍ଣ୍ଣାଡିଜ ଖୁବ ଶୀଘ୍ର ବଡ ପରଦାରେ ସ୍ମିତା ପାଟିଲଙ୍କ ଭୂମିକାରେ ନଜର ଆସିବେ ।

୧୯୮୨ରେ ରିଲିଜ ହୋଇଥିବା ଫିଲ୍ମ ‘ଅର୍ଥ’ର ରିମେକ ମେକର୍ସ ନିର୍ମାଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ‘ଅର୍ଥ’ର ରିମେକ ଭର୍ସନର ନିର୍ଦ୍ଦେଶନା ସାଉଥର ଫେମସ ନିର୍ଦ୍ଦେଶକ ରେବତୀ ଦେଇପାରନ୍ତି । ଫିଲ୍ମ ‘ଅର୍ଥ’ର ନିର୍ଦ୍ଦେଶନା ମହେଶ ଭଟ୍ଟ ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ଥିଲେ ସ୍ମିତା ପାଟିଲ, କୁଳଭୂଷଣ ଖରବନ୍ଦା, ଶବାନା ଆଜମୀ, ରାଜ କିରଣ ଏବଂ ରୋହିଣୀ ହଟ୍ଟଗଙ୍ଗୀଙ୍କ ପରି କଳାକାର ।

ମିଡିଆ ରିପୋର୍ଟ ଅନୁସାରେ ‘ଅର୍ଥ’ର ରିମେକରେ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଭୂମିକାରେ ଜ୍ୟାକଲିନ ଫର୍ଣ୍ଣାଡିଜ ନଜର ଆସିପାରନ୍ତି । ମେକର୍ସ ଏହି ଫିଲ୍ମକୁ ନେଇ କୌଣସି ଅଧିକାରୀକ ଘୋଷଣା କରିନାହାଁନ୍ତି । ଯଦି ମେକର୍ସ ଜ୍ୟାକଲିନଙ୍କୁ ଏହି ଚରିତ୍ର ପାଇଁ କନଫର୍ମ କରନ୍ତି ତେବେ ଶବାନାଙ୍କ ଭୂମିକାରେ କେଉଁ ଅଭିନେତ୍ରୀ ନଜର ଆସିବେ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More