Only for Entertainment

କରଣ ଜୋହରଙ୍କ ହରର କମେଡି ଫ୍ରାଞ୍ଚାଇଜରେ ନଜର ଆସିବେ କି ବଲିଉଡର ଏହି ଦୁଇ ଷ୍ଟାର୍ସ ? ସୋମବାର ହେବ ଘୋଷଣା

Koimoi
22

କରଣ ଜୋହରଙ୍କ ପ୍ରଡକ୍ସନ ହାଉସ ନିକଟରେ ଟ୍ୱିଟ କରି ଘୋଷଣା କରି ସୂଚନା ଦେଇଥିଲେ ଆଗାମୀ ସୋମବାର ଏକ ହରର ଫିଲ୍ମ ଫ୍ରଞ୍ଚାଇଜ ବିଷୟରେ ଘୋଷଣା କରିବେ । ପ୍ରଡକ୍ସନ ହାଉସ ଟ୍ୱିଟ କରି ଲେଖିଥିଲେ, ‘ଧର୍ମା ପ୍ରଡକ୍ସନ ଖୁବ ଶୀଘ୍ର ଏକ ନୂଆ ହରର ଫ୍ରାଞ୍ଚାଇଜ ଆରମ୍ଭ କରିବାକୁ ଯାଉଛି । ଆଧିକ ସୂଚନା ପାଇଁ ଆମ ସହିତ ଜଡିତ ରୁହନ୍ତୁ ।’

ଧର୍ମା ପ୍ରଡକ୍ସନର ଏହି ଟ୍ୱିଟ ପରେ ସମସ୍ତ ଚିନ୍ତାରେ ପଡିଗଲେ ଯେ କରଣ ଜୋହର ଏପରି କେଉଁ ଫିଲ୍ମ ବିଷୟରେ ଘୋଷଣା କରିବେ ଯେ ୩ ଦିନ ପୂର୍ବରୁ ଟ୍ୱିଟ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏହି ଫିଲ୍ମର ଘୋଷଣା ତ ସୋମବାର ହେବ କିନ୍ତୁ ଫିଲ୍ମକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଖୁସି ହୋଇଯିବେ ।

ରିପୋର୍ଟ ଅନୁସାରେ କରଣ ଜୋହର ସୋମବାର ଯେଉଁ ଫିଲ୍ମ ବିଷୟରେ ଘୋଷଣା କରିବେ ସେହି ଫିଲ୍ମରେ ଅଭିନେତା ଭିକି କୈଶଲ ଏବଂ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଦେଖିବାକୁ ମିଳିପାରେ । ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଭୂମି ଏବଂ ଭିକି ହରର କମେଡି ଫିଲ୍ମ ପାଇଁ ହାତ ମିଳାଇଛନ୍ତି । ଏବଂ ଏହାକୁ ଶଶାଙ୍କ ଖେତାନଙ୍କ ଆସିଷ୍ଟାଣ୍ଟ ଭାନୁ ପ୍ରତାପ ସିଂ ନିର୍ଦ୍ଦେଶନା ଦେବେ ।

ଶଶାଙ୍କ ଖେତାନ ପୂର୍ବରୁ ହିଁ ନିଜକୁ ଧର୍ମା ପ୍ରଡକ୍ସନ ନାମରେ କରିଦେଇଛନ୍ତି । ସେଥିରୁ ଅନୁମାନ କରାଯାଇପାରେ ଯେ କରଣ ଜୋହର ଯେଉଁ ହରର ଫିଲ୍ମ ବିଷୟରେ ଘୋଷଣା କରିବା ପାଇଁ କହୁଛନ୍ତି ତାହା ଏହି ଫିଲ୍ମ ହୋଇପାରେ । ଦେଖିବାକୁ ବାକି ରହିଲା ଏହି ରିପୋର୍ଟ ସତ ହେଉଛି ନା ମିଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More