ଦମଦାର ଚରିତ୍ର ସହିତ ସୁପରନ୍ୟାଚୁରାଲ ଥ୍ରିଲର ଫିଲ୍ମରେ ଇମରାନ ହାସମୀ ଆସିବେ ନଜର
ସିରିଅଲ କିସର ଇମରାଲ ହାସମୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଅଭିନେତା ଇମରାନ ହାସମୀ ଖୁବ ଶୀଘ୍ର ଫିଲ୍ମ ଏଜ୍ରାରେ ଦମଦାର ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ମଲୟାଲମ ଥ୍ରିଲର ଫିଲ୍ମ ଏଜ୍ରାର ହିନ୍ଦୀ ରିମେକ ।
ଜଣାଶୁଣା ଟ୍ରେଡ ଆ ନା ଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଏକ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ‘ଇମରାନ ହାସମୀଙ୍କୁ ମଲୟାଲମ ସୁପରନ୍ୟାଚୁରାଲ ଥ୍ରିଲର ଫିଲ୍ମ ଏଜ୍ରାର ହିନ୍ଦୀ ରିମେକ ପାଇଁ ଫାଇନାଲ କରା ଯାଇଛି । ଫିଲ୍ମର ଓରିଜିନାଲ ନିର୍ଦ୍ଦେଶକ ଜୟ କ୍ରିଷ୍ଣା ଏହାର ନିର୍ଦ୍ଦେ ଶନା ଦେବେ । ଫିଲ୍ମର ସୁଟିଂ ମୁମ୍ବାଇ ଏବଂ ମରିସସରେ କରାଯିବ । ଏହି ଫିଲ୍ମର ନିର୍ମାଣ ଭୂଷଣ କୁମାର, କୁମାର ମଙ୍ଗତ ପାଠକ, କୃଷ୍ଣା କୁମାର ଏବଂ ଅଭିଷେକ ପାଠକ ମିଳିତ ଭାବେ କରିବେ ।’
IT’S OFFICIAL… Emraan Hashmi to star in #Hindi remake of #Malayalam supernatural thriller #Ezra… Directed by Jay Krishnan [he directed the original]… Will be shot in #Mumbai and #Mauritius… Produced by Bhushan Kumar, Kumar Mangat Pathak, Krishan Kumar and Abhishek Pathak. pic.twitter.com/izIsA14JKB
— taran adarsh (@taran_adarsh) April 17, 2019
୨୦୧୭ରେ ମଲୟାଲମ ଫିଲ୍ମ ଏଜ୍ରା ରିଲିଜ ହୋଇଥିଲା । ଏହି ପିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ମ ବକ୍ସ ଅଫିସରେ ୫୦ କୋଟିରୁ ଅଧିକ କଲେକ୍ସନ କରିଥିଲା । ଇମରାନ ହାସମୀଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶେଷ ଥର ପାଇଁ ସେ ଫିଲ୍ମ ଚିଟ ଇଣ୍ଡିଆରେ ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ କିଛି ଖାସ କମାଲ କରିପାରି ନ ଥିଲା ।