ସଙ୍କଟରେ ମମତା ବାନର୍ଜୀଙ୍କ ଉପରେ ନିର୍ମିତ ଫିଲ୍ମ, ଟ୍ରେଲର ହଟାଇବା ପାଇଁ ଆସିଲା ଆଦେଶ
ଆଜିକାଲି ବଲିଉଡରେ ବାୟୋପିକ ଫିଲ୍ମର ଟ୍ରେଣ୍ଡ ଚାଲିଛି । ବଡ ବଡ ବ୍ୟକ୍ତିଙ୍କ ଜୀବନକୁ ନେଇ ଫିଲ୍ମ ନିର୍ମାଣ କାମ ଜୋରସୋରରେ ଚାଲିଛି । ଭାରତର ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ସିଂଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମାଣ ହୋଇଥିବା ବାୟୋପିକକୁ ନେଇ ଅନେକ ବିବାହ ଦେଖାଦେଇଛି । ଏବେ ଆଉ ଏକ ବାୟୋପିକକୁ ନେଇ ବିବାହ ଆରମ୍ଭ ହୋଇଛି ।
ଖବର ଅନୁସାରେ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ବାଘୀନି : ବଙ୍ଗଳା ଟାଇଗ୍ରେସ’ର ଟ୍ରେଲର ଉପରେ ରୋକ ଲଗାଇବାର ଆଦେଶ ଦେଇଛନ୍ତି । ନିର୍ବାଚନ ଆୟୋଗର ଏହି ଆଦେଶ ପରେ ଫିଲ୍ମର ନିର୍ମାତାଙ୍କୁ ବଡ ଝଟକା ଲାଗିଛି ।
ଏହି ମାମଲାକୁ ନେଇ ମମତା ବାନର୍ଜୀ ଟ୍ୱିଟ କରି କହିଛନ୍ତି- ‘ଏ ସବୁ କ’ଣ ନିର୍ଣ୍ଣୟ ନିଆଯାଉଛି । ମୋର କୌଣସି ବାୟୋପିକ ସହିତ ସମ୍ବନ୍ଧ ନାହିଁ । ’ ଏହା ସହିତ ସେ କହିଛନ୍ତି ,ଯଦି କୌଣସି ବ୍ୟକ୍ତି ମୋ କାହଣୀକୁ ନେଇ ଫିଲ୍ମ ନିର୍ମାଣ କରିଛି ସେ ତା ଉପରେ ନିର୍ଭର କରେ । ଏହା ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ନରେନ୍ଦ୍ର ମୋଦୀ ନୁହେଁ । କୃପା କରି ମିଛ ଖବର ପ୍ରସାର କରି ମୋତେ ମାନହାନୀ ମକଦ୍ଦମା ପାଇଁ ବାଧ୍ୟ କରନି ।’