Only for Entertainment

ପରଦାକୁ ଆସିଲା ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ମନ ଖାଲି ତତେ ଚାହେଁ । ।

YouTube
0 29

ଆର୍.କେ ମୁଭିଜ୍ ବ୍ୟାନର୍ର ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ‘ମନ ଖାଲି ତତେ ଚାହଁ’ ମୁକ୍ତିଲାଭ କରିଛି । ଫିଲ୍ମରେ ଅଭିନେତା ସମ୍ବିତ୍ ନାୟକ ଭୂମିକାରେ ଅଭିନୟ କରିଛନ୍ତି । ଆଉ ସମ୍ବିତଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ନବାଗତା ନାୟିକା ଅଙ୍କିତା ଦାଶ । ଅଙ୍କିତା ଚଳଚ୍ଚିତ୍ର ମିଠା ମିଠା ଜରିଆରେ ଓଲିଉଡ୍ରେ ଏଂଟ୍ରି କରିଥିଲେ । ଆଉ ଏବେ ଏହି ସିନେମାରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଜଣେ ଅବିବାହିତ ଝିଅ ଗର୍ଭବତୀ ହେଲେ ସମାଜ ତାକୁ କିଭଳି ଦୃଷ୍ଟିରେ ଦେଖେ, ପରିବାର ଲୋକ ତାକୁ କିଭଳି ମନୋଭାବ ପୋଷଣ କରନ୍ତି ଏବଂ ସମସ୍ତଙ୍କର ଦୃଷ୍ଟିଭଙ୍ଗୀ ପରିବର୍ତନ ସହ ନିଜକୁ ନାୟ ଦେବା ପାଇଁ ଝିଅଟି କଣ କରେ ତାହା ହିଁ ଏହି ଫିଲ୍ମର କଥାବସ୍ତୁ । ‘ମନ ଖାଲି ତତେ ଚାହଁ’ର କାହାଣୀ କୈଳାସ ସାହୁ ଲେଖିଥିବାବେଳେ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନିମାଇଁ ଓଝା । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ ମଜୁମ୍ଦାର୍ । ଏହି ସିନେମାରେ ସମ୍ବିତ ଓ ଅଙ୍କିତାଙ୍କ ବ୍ୟତୀତ ଅଂଶୁମାନ, ପୃଥ୍ୱୀରାଜ ପ୍ରମୁଖ ଏଥିରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ସ୍ୱର୍ଗତ ଅଭିନେତ୍ରୀ ଅନୀତା ଦାସଙ୍କ ଅଭିନୟ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିଛି । ସିନେମାଟି ଅନୀତାଙ୍କ ଅଭିନୀତ ଶେଷ ଫିଲ୍ମ । ଏହି ସିନେମାଟି ଏବେ ପରଦାକୁ ଆସିଥିବାବେଳେ ସିନେମାଟି ଆଗାମୀ ଦିନରେ କେତେ ବ୍ୟବସାୟ କରୁଛି ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More