Only for Entertainment

ସପନା ଚୌଧରୀଙ୍କ ହିଟ ଗୀତରେ ମନବୀର ଗୁଜରଙ୍କ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ।

aajtak
0 42

ବିଗ ବସ ବିଜେତା ମନବୀର ଗୁଜର ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କିନ୍ତୁ ବନବୀର ଡ୍ୟାନ୍ସିଂ କୁଇନ ସପ୍ନାଙ୍କର ଜଣେ ବଡ଼ ଫ୍ୟାନ ବୋଲି ତାଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଲା । ଟିଭି ସେଲିବ୍ରେଟୀଙ୍କ ସହିତ ମନବୀର ଧୁମ ଡ୍ୟାନ୍ସ କରିଛନ୍ତି । ପାର୍ଟିର ଏକ ଭିଡ଼ିଓ ଫ୍ୟାନ ପେଜରେ ସେୟାର କରାଯାଇଛି । ଏହି ଭିଡ଼ିଓରେ ମନବୀର ସପ୍ନାଙ୍କ ହିଟ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିିଛି । ଏଥିରେ ମନବୀର ଦେଶୀ ଅନ୍ଦାଜରେ ଜବରଦସ୍ତ ଷ୍ଟେପ କରିଛନ୍ତି ।

ଏହି ପାର୍ଟିରେ ମନବୀରଙ୍କ ସହିତ ତାଙ୍କ ଗର୍ଲଫ୍ରେଣ୍ଡ କାମ୍ୟା ପଂଜାବୀ ମଧ୍ୟ ନଜର ଆସିଥିଲେ । ତେବେ ଖାସ ବାର୍ତ୍ତା ଲେଖି କାମ୍ୟା ମନବୀରଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଥିଲେ ।


ଖବର ଅନୁସାରେ ମନବୀର ତାଙ୍କର ପ୍ରଥମ ଫିଲ୍ମ ‘ଆଜ କି ଅଯୋଧ୍ୟା’ର ସୁଟିଂ ଆରମ୍ଭ କରି ସାରିଛନ୍ତି । ଏଥିରେ ମନବୀରଙ୍କ ସହିତ ଶ୍ରଦ୍ଧା ଦାସ ହିରୋଇନ ଚରିତ୍ରରେ ନଜର ଆସିବେ । ଶ୍ରଦ୍ଧା ଦାସ ଏହା ପୂର୍ବରୁ ନବାଜୁଦ୍ଦିନ ସିଦ୍ଦିକଙ୍କ ଫିଲ୍ମ ‘ବାବୁମୋସାୟ ବନ୍ଦୁକବାଜ’ରେ ନଜର ଆସିଥିଲେ । ଏହି ସପ୍ତାହରେ ମୁମ୍ବାଇର ଏକ ଷ୍ଟୁଡିଓରେ ଫିଲ୍ମର ଶୁଭ ମହୁରତ ରଖା ଯାଇଥିଲା । ଫିଲ୍ମରେ ମନବୀର ଏବଂ ଶ୍ରଦ୍ଧାଙ୍କ ବ୍ୟତୀତ ସଂଜୟ ମିଶ୍ରା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More