Only for Entertainment

ସଲମାନଙ୍କ ସପକ୍ଷରେ ମିକା ସିଂଙ୍କ ଟ୍ୱିଟ, ଭିଡିଓ ଶେୟାର କରି କହିଲେ ‘ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ’

maglol
0 41

ବଲିଉଡ ଗାୟକ ମିକା ସିଂ, କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ସଲମାନ ଖାନଙ୍କ ସପକ୍ଷରେ ବାହାରିଛନ୍ତି । ସେ କହିଛନ୍ତି ଦେଶରେ ସମସ୍ତଙ୍କ ପାଇଁ କାନୁନ ସମାନ ହେବା ଉଚିତ । ସେ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସଲମାନଙ୍କ ପ୍ରତି ନିଜର ସମବେଦନା ଜଣାଇଛନ୍ତି । ଏହା ସହିତ ସେ ଭାରତର କାନୁନ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ।

ଟୁଇଟ କରି ସେ ଲେଖିଥିଲେ, ‘ମୁଁ କାନୁନ ପ୍ରଣାଳୀର ଆଦର କରେ କିନ୍ତୁ ସମସ୍ତଙ୍କ ପାଇଁ ଆଇନ ସମାନ ହେବା ଉଚିତ । ସଲମାନ ଖାନ ସେଲିବ୍ରିଟି ହୋଇଥିଲେ ମଧ୍ୟ ତାଙ୍କୁ ଯଦି ଦଣ୍ଡ ଦିଆଯାଉଛି ତେବେ ଏପରି ଲୋକ ଯେଉଁମାନେ ଜଣେ ଏକ ଦୁର୍ବଳ ବାଳକକୁ ପିଟୁଛନ୍ତି ଏବଂ ତାହାର ଭିଡିଓ କରୁଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡ ଦେବା ଉଚିତ । ସେମାନେ ସୁରକ୍ଷିତ କାରଣ ସେମାନେ ସଲମାନ ନୁହଁନ୍ତି ।’


ସୂଚନା ଅନୁସାରେ ମିକା ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ଅନେକ ଲୋକ ମିଶି ଏକ ପିଲାକୁ ପିଟୁଛନ୍ତି । କିନ୍ତୁ ଏହା କେଉଁଠାର ଭିଡିଓ ଏବଂ ସେମାନେ କିଏ ତାହାର କୌଣସି ସୂଚନା ଦେଇନାହାଁନ୍ତି ।

ଏପରି ଅନେକ ଭିଡିଓ ଭାଇରାଲ ହେଉଛି କିନ୍ତୁ ତାହା ଉପରେ କୌଣସି ମାମଲା ରୁଜୁ ହେଉନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More