Only for Entertainment

ମିଲିନ୍ଦ ସୋମନଙ୍କର ହୋଇନାହିଁ ବ୍ରେକଅପ , ଗର୍ଲଫ୍ରେଣ୍ଡଙ୍କ ପୋଷ୍ଟରୁ ମିଳିଲା ସଂକେତ !

india today
0 34

ଗତ କିଛି ଦିନ ହେବ ଖବର ଆସିଥିଳା ମିଲିନ୍ଦ ତାଙ୍କ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କୁ ନିର୍ବନ୍ଧ କରିନେଇଛନ୍ତି । ଏହାପରେ ଏଭଳି ଖବର ଆସିଛି ମିଲିନ୍ଦ ଏବଂ ଅଙ୍କିତାଙ୍କର ବ୍ରେକଅପ ହୋଇଯାଇଛି ଏବଂ ତାଙ୍କର ଫଲୋର୍ସ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ଏପରି କାହିଁକି ହେଲା ।

କଥାଟି ହେଉଛି ମିଳିଥିବା ଖବର ମୁତାବକ ଟଙ୍କା କାରଣରୁ ତାଙ୍କର ବ୍ରେକଅପ ହୋଇଛି ଏବଂ ଏଭଳି ମଧ୍ୟ ଶୁଣିବାକୁ ମିଳିଛି ଯେ ଅଙ୍କିତାଙ୍କର କୌଣସି ଏକ ଜ୍ୟାକପଟ ଲାଗିଛି ଯେଉଁକାରଣରୁ ସେ ମିଲିନ୍ଦଙ୍କୁ ଛାଡି ଚାଲିଯାଉଛନ୍ତି ।

ମାତ୍ର ଅଙ୍କିତା ଏହି ଖବର ପରେ ନତଜ ଫଲୋର୍ସଙ୍କୁ ଉତ୍ତର ଦେବା ଲାଗି ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ମିଲିନ୍ଦଙ୍କ ସହ ନଜର ଆସିଛନ୍ତି । ସେ ଏକ କ୍ୟାପଶନ ଦେଇ ଲେଖିଛନ୍ତି ଯେ ସମ୍ପର୍କର ମୁଖ୍ୟ ଅର୍ଥ ହେଉଛି ସମୟ, କଥା, ବୁଝିବା କ୍ଷମତା ଏବଂ ଇମାନଦାର ଅଟେ ।

ଏହାବ୍ୟତୀତ ସେ ଲେଖିଛନ୍ତି ‘ମାଇମ୍ୟାନ’, ‘ଲଭ’ଭଳି ହାସଟ୍ୟାଗ ଦେଇ ତାଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଠିକ ଥିବା ପୋଷ୍ଟ କରିଛନ୍ତି । ଏବେ ପର୍ଯ୍ୟନ୍ତ ଦୁହିଁଙ୍କ ତରଫରୁ କୌଣସି ଅଫିସିଆଲ ଆନାଉସମେଂଟ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More