Only for Entertainment

ରୋହିତ ସେଟ୍ଟୀଙ୍କ ‘ସିମ୍ବା’ରେ ସାରାଙ୍କ ସହିତ କମାଲ କଲେ ଓଡ଼ିଆ ଝିଅ ସୁପ୍ରିୟା ।

kanaknews
40

ଆଜି ଆଉ ଓଡ଼ିଶା ପଛରେ ନାହିଁ । ବଦଳି ଯାଇଛି ଓଡ଼ିଶାର ପରିଚୟ । ଆଜି ସାରା ଦେଶ ଏବଂ ଦେଶ ବାହାରେ ରେ ସମସ୍ତେ ଓଡ଼ିଶାକୁ ଜାଣନ୍ତି ଏବଂ ମନେ ପକାନ୍ତି ଏହାର ଐତିହ୍ୟ ପ୍ରତିଭାକୁ । ଦେଶର ସବୁଠାରୁ ଦାମୀ ସେକ୍ଟର ହେଉଛି ବଲିଉଡ । ସେଠାରେ ମଧ୍ୟ ନିଜ ଛାପ ଛାଡ଼ିଛନ୍ତି ଓଡ଼ିଆ ଏବଂ ଓଡ଼ିଆଣୀ । ଗତ କିଛି ଦିନ ପୂର୍ବରୁ ଓଡ଼ିଆ ଝିଅ ପ୍ରକୃତି ମିଶ୍ରଙ୍କୁ ଦେଖିବାକୁ ମିଳିଥିଲା ହିନ୍ଦୀ ଧାରାବାହିକ ବିଟ୍ଟୀ ବିଜନେସୱାଲିରେ,ଯେଉଁଥିରେ ସେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଏହା ପୂର୍ବରୁ ‘ତୋ ଅଗଣାର ତୁଳସୀ ମୁଁ’ରେ ତୁଳସୀ ଚରିତ୍ରରେ ଅଭିନୟ କରିଥିବା ଲିପ୍ସାଙ୍କୁ ହିନ୍ଦୀର ଏକ ଭିଡ଼ିଓ ଆଲମବରେ ଦେଖିବାକୁ ପାଇଥିଲେ ଦର୍ଶକ । ଏହା କେବଳ ଦୁଇଟି ଜ୍ୱଳନ୍ତ ଉଦାହରଣ,ଏହା ବ୍ୟତୀତ ଅନ୍ୟ କେତେକ ପ୍ରତିଭା ମଧ୍ୟ ବଲିଉଡ ଜଗତରେ ନିଜର ଆକର୍ଷଣୀୟ କାମ ଦେଖାଇଛନ୍ତି । ତେବେ ନିକଟରେ ସେହିଭଳି ଅନ୍ୟ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଆଜ୍ଞା ହଁ ସିନେମା ସିମ୍ବାରେ ଜଣେ ଓଡିଆ ଝିଅଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଖୁବ୍ ଭଲ ଲାଗିଛି । ସିନେମାରେ ମୁଖ୍ୟ ଅଭିନେତ୍ରୀ ସାରାଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଓଡିଆ ଝିଅ ସୁପ୍ରିୟା ରାୟ ହେଉଛନ୍ତି କଟକର ବାସିନ୍ଦା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରି ସେ ବାଙ୍ଗଲୋରର ଏକ କମ୍ପାନୀରେ ଚାକିରୀ କରୁଥିଲେ । ୨୦୦୬ ମସିହାରେ ସେ “ମିସ୍ କଟକ” ର ତାଜ୍ ପିନ୍ଧି ସାରିଛନ୍ତି ।

ସିନେମାରେ ସୁପ୍ରିୟାଙ୍କ ନାଁ ମଧ୍ୟ ସୁପ୍ରିୟା ହିଁ ରହିଛି । ସେ ପୂର୍ବରୁ କୋଲଗେଟ୍ ଏବଂ ଅନେକ ବିଜ୍ଞାପନରେ ନଜର ଆସିବା ସହ ଏକ କାନାଡା ସିନେମାରେ ମଧ୍ୟ ନଜର ଆସିଛନ୍ତି । ସିନେମା ସମୟରେ ତାଙ୍କର ୩୫ ଦିନର ଅନୁଭୁତିକୁ ନେଇ ସେ କୁହନ୍ତି ସେଠାରେ ସମସ୍ତେ କାଷ୍ଟ ସଦସ୍ୟ ପରିବାର ଭଳି ବ୍ୟବହାର କରୁଥିଲେ । ଘରେ ୪ ବର୍ଷର ଶିଶୁକୁ ଛାଡି ଆସି କାମ କରିବା ଜଣେ ମା’ଙ୍କ ପାଖରେ କଷ୍ଟ ହେଉଥିଲା ସତ କିନ୍ତୁ ସୁଟିଂ ସେଟରେ ସେ କେବେ ବି କାମ ପ୍ରତି ହେଳା କରିନଥିଲେ । ଅଭିନୟ ପାଇଁ ଉଭୟ ସାରା,ରଣବୀର୍ ଏବଂ ନିର୍ଦ୍ଦେଶକ ରୋହିତ୍ ସେଟ୍ଟି ମଧ୍ୟ ତାଙ୍କ ମନୋବଳ ବଢାଉଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More