Only for Entertainment

ସୁପରଷ୍ଟାର ମିଥୁନ ଚକ୍ରବର୍ତୀଙ୍କ ପୁଅ ମିମୋହଙ୍କ ଉପରେ ଦୁଷ୍କର୍ମର ଲାଗିଲା ଆରୋପ !

firstpost
0 75

ସୁପରଷ୍ଟାର ମିଥୁନଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତୀ ଓରଫ ମିମୋହ ଏବଂ ମିଥୁନଙ୍କ ପତ୍ନୀ ୟୋଗିତା ବାଲିଙ୍କ ବିରୁଦ୍ଧରେ ଏଫଆଇୟାର ଲେଖିବା ପାଇଁ ଦିଲ୍ଲୀର ଏକ କୋର୍ଟ ପୁଲିସକୁ ଆଦେଶ ଦେଇଛନ୍ତି । ଏହି ଦୁହିଁଙ୍କ ଉପରେ ଏକ ମହିଳା ଦୁଷ୍କର୍ମ ପାଇଁ ଧମକାଇ ଥିବା ଆରୋପ ଲଗାଇଛନ୍ତି । ଆରୋପ ଲଗାଇଥିବା ମହିଳା ଜଣକ ମଧ୍ୟ ଅଭିନେତ୍ରୀ ଅଟନ୍ତି ।

ମହିଳାଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗରେ ଏହା ଦାବି କରାଯାଇଛି ଯେ ସେ ଅପ୍ରେଲ ୨୦୧୫ରେ ମିମୋହଙ୍କ ସମ୍ପର୍କରେ ଆସିଥିଲେ । ମେ ୨୦୧୫ରେ ତାଙ୍କୁ ନିଶାଗ୍ରସ୍ତ କରାଇ ଦୁଷ୍କର୍ମ କରାଯାଇଥିଲା । ମହିଳା ଜଣକ କହିଲେ ଆଗକୁ ମଧ୍ୟ ସେ ମିମୋହଙ୍କ ସମ୍ପର୍କରେ ରହିଥିଲେ କାରଣ ମିମୋହ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଯେତେବେଳେ ମହିଳା ଜଣକ ଗର୍ଭବତୀ ହୋଇଥିଲେ ମିମୋହ ତାଙ୍କର ଗର୍ଭପାତ କରାଇବା ପାଇଁ ପ୍ରୟାସ କରିଥିଲେ ।

ଆରୋପ ଲଗାଇଥିବା ମହିଳା ଜଣକ ଦାବି କରିଛନ୍ତି ଯେ ମିଥୁନଙ୍କ ପତ୍ନୀ ୟୋଗିତା ବାଲି ତାଙ୍କୁ ଫୋନ କରି ଧମକ ମଧ୍ୟ ଦେଇଥିଲେ । ମହିଳା ଜଣକ କହିବା ଅନୁସାରେ ୨୦୧୭ରେ ସେ ମିମୋହଙ୍କୁ ବିବାହ ସମ୍ପର୍କରେ ମନ ପକାଇବାରୁ ସେ କହିଥିଲେ ପରିବାରଙ୍କ ସହ କଥା ହୋଇ ବିବାହ ପାଇଁ ରାଜି କରାଇବେ । ମାତ୍ର ପରେ ଏହା କୁଣ୍ଡଳୀ ନ ମିଳୁଥିବା କହି ବିବାହ ପାଇଁ ମନା କରିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More