Only for Entertainment

ମୋହିତ ସୂରୀଙ୍କ ‘ଏକ ଭିଲେନ୨’ରେ ନଜର ଆସିବେ ଜନ ଏବଂ ଆଦିତ୍ୟ ରୟ କପୂର !

34

ନିର୍ଦ୍ଦେଶକ ମୋହିତ ସୁରୀ ଏବେଠାରୁ ୫ବର୍ଷ ପୂର୍ବରୁ ସିଦ୍ଧାର୍ଥ ମଲହୋତ୍ରା, ରିତେଶ ଦେଶମୁଖ ଏବଂ ଶ୍ରଦ୍ଧା କପୂରଙ୍କ ସହ ଫିଲ୍ମ ‘ଏକ ବିଲେନ’ ପ୍ରସ୍ତୁତ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବେ ଏହି ଫିଲ୍ମର ପାର୍ଟ୨ ‘ଏକ ବିଲେନ୨’ ପ୍ରସ୍ତୁତ କରୁଛନ୍ତି ମେକର ଏବଂ ଏଥିରେ ଜନ ଅବ୍ରାହାମ ଏବଂ ଆଦିତ୍ୟ ରୟ କପୂରଙ୍କୁ ମୁଖ୍ୟ ଭୂମିକା ପାଇଁ କାଷ୍ଟ କରାଯାଇଥିଲା ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଫିଲ୍ମ ପୂର୍ବ ଫିଲ୍ମର ସିକ୍ୱେଲ ନୁହେଁ ବରଂ ଏହା ଭିନ୍ନ କାହାଣୀ ହେବ ଯେଉଁଥିରେ ଜନ ଅବ୍ରାହାମ ଏବଂ ଆଦିତ୍ୟଙ୍କ ଚରିତ୍ର ଦେଖିବାକୁ ମିଳିବ । ଏହା ଏକ ଗଭୀର ପ୍ରେମ କାହାଣୀ ଉପରେ ଆଧାରିତ , ଏହିକାରଣରୁ ଏଥିରେ କୌଣସି ଏକ ଟପ ହିରୋଇନଙ୍କୁ କାଷ୍ଟ କରାଯିବ । କିଛି ସମୟ ପୂର୍ବେ ଜନ ଏବଂ ଆଦିତ୍ୟ ମୋହିତଙ୍କ ଆଇଡିଅର ଶୁଣିଥିଲେ, ଯାହାପରେ ଦୁହେଁ ଫିଲ୍ମ ପାଇଁ ସ୍ୱୀକାର କରିଥିଲେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହାର ପ୍ରଥମ ପାର୍ଟରେ ରିତେଶ ଖଳନାୟକ ଭୂମିକାରେ ନଜର ଆସିଥିଲେ ଏବଂ ଏହି ଫିଲ୍ମରେ ଶ୍ରଦ୍ଧା ଏବଂ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More