Only for Entertainment

ଦୀଶା ପାଟନୀ ଏବଂ ଆଦିତ୍ୟ ରୟ କପୂରଙ୍କ ଅପକମିଂ ଫିଲ୍ମ ‘ମଲଙ୍ଗ’ ଟ୍ରେଲର ରିଲିଜ

30

ଦୀଶା ପାଟନୀ ଏବଂ ଆଦିତ୍ୟ ରୟ କପୂରଙ୍କ ଅପକମିଂ ଫିଲ୍ମ ‘ମଲଙ୍ଗ’ ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲରରେ ଭିନ୍ନ ଭିନ୍ନ ଭୂମିକା ଦେଖିବାକୁ ମିଳିବ । ଜୀବନ ନେବା ଆଦିତ୍ୟଙ୍କ ପାଇଁ ଔଷଧ ହେଉଥିବା ବେଳେ କୁଣାଳ ଖେମୁଙ୍କ ପାଇଁ ଏହା ଆବଶ୍ୟକ । ଫିଲ୍ମରେ ପୁଲିସ ଭୂମିକା ତୁଲାଉଥିବା ଅନୀଲ କପୂରଙ୍କ ପାଇଁ ଜୀବନ ନେବା ଅଭ୍ୟାସ । ଦୀଶା ଏହି ଫିଲ୍ମରେ ନଜର ଆସିବେ ଏକ ଭିନ୍ନ ଭୂମିକାରେ । ସେ ଏହି ଟ୍ରେଲରର ଶେଷରେ ନିଜ ଚେହେରା ଉଠାଇ କହିଛନ୍ତି ସେ ଜୀବନ ନେବା ତାଙ୍କ ପାଇଁ ମଜା ଅଟେ ।

ଟ୍ରେଲରରେ ସମସ୍ତେ ହତ୍ୟାକାରୀ ଭାବେ ନିଜକୁ ଦାବି କରିଛନ୍ତି ମାତ୍ର ସମସ୍ତଙ୍କର ଏହା ପଛର ଉଦେ୍ଧଶ୍ୟ କିଛି ଭିନ୍ନ । ଟ୍ରେଲରରୁ ପରିଷ୍କାର ଜଣା ପଡିଛି ଯେ ଏହା ଏକ ଆକ୍ସନ ଥ୍ରିଲର ଫିଲ୍ମ ଅଟେ । ଏହାସହ ଅନେକ ସସପେନ୍ସ ମଧ୍ୟ ଭରି ରହିଛି ଏହି ଫିଲ୍ମରେ । ମୋହିତ ସୁରୀଙ୍କ ଦ୍ୱାରା ନିର୍ଦ୍ଦେଶିକ ‘ମଲଙ୍ଗ’ ଫିଲ୍ମ ଫେବୃୟାରୀ ୭ରେ ସମସ୍ତ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More