Only for Entertainment

ଭୋଜପୁରୀ ନାୟିକା ମୋନାଲିସାଙ୍କ ସହ ଆଦିତ୍ୟ ନାରାୟଣଙ୍କ ଲିପଲକ ହେଉଛି ଭାଇରାଲ, ଦେଖନ୍ତୁ ଭିଡିଓ !

bollywoodtadka
0 303

ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ବଲିଉଡରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ , ମାତ୍ର ଏହା ବେଶ କିଛି ଭଲ ଚାଲିନଥିଲା । ଏହାପରେ ଆଦିତ୍ୟ ନାରାୟଣ ହୋଷ୍ଟ କରିବାଠାରୁ ଆରମ୍ଭ କରି କମେଡି କରିବା ପର୍ଯ୍ୟନ୍ତ ନଜର ଆସିଥିଲେ । ମାତ୍ର ଖୁବ କମ ଲୋକ ହୁଏତ ଜାଣିଥିବେ ସେ ଭୋଜପୁରୀ ଗୀତ ମଧ୍ୟ ଗାଇଛନ୍ତି ।

ଇଂଟରନେଟ ଗତ କିଛି ଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଅଭିନେତା ଆଦିତ୍ୟ ନାରାୟଣ ଭୋଜପୁରୀ ଅଭିନେତ୍ରୀ ମୋନାଲିସା ସହ ଡ୍ୟାନ୍ସ କରୁଥିବା ଏବଂ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଗୀତରେ ନିଜେ ଆଦିତ୍ୟ କଣ୍ଠଦାନ ଦେଇଛନ୍ତି ଏବଂ ଭିଡିଓରେ ସେ ମୋନାଲିସା ସହ ଲିପଲକ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଭୋଜପୁରୀ ଫିଲ୍ମରେ ହଟ ଅଭିନେତ୍ରୀ ମୋନାଲିସାଙ୍କର ଅନେକ ଦିୱାନା ଅଛନ୍ତି । ମୋନାଲିସା ଏବେ ବଙ୍ଗଳା ୱେବ ସିରିଜ ‘ଡୁପୁର ଠାକୁରପୋ’ର ସିଜନ -୨ରେ ନଜର ଆସିବେ । ମାତ୍ର ଗତ କିଛି ଦିନ ହେବ ମୋନାଲିସାଙ୍କର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More