Only for Entertainment

କେବଳ ନେଉଳ ଦେଖିଲେ ନୁହେଁ ବରଂ ଘରେ ଏହାର ମୂର୍ତ୍ତି ରଖିଲେ ମଧ୍ୟ ଶୁଭଫଳ ମିଳିଥାଏ ।

337

ନେଉଳ ମୂର୍ତ୍ତି ଘରେ ରଖିଲେ ମଧ୍ୟ ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତେବେ  ନେଉଳ ମୂର୍ତ୍ତି ଘରେ ରଖିଲେ, କେଉଁ ସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା।

ନେଉଳକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ବୋଲି କୁହାଯାଏ। ଏଥିପାଇଁ ନେଉଳ ମୂର୍ତ୍ତି ଘରେ ରଖିଲେ, ପରିବାର ସଦସ୍ୟଙ୍କ ଉପରେ ବିଷ୍ଣୁଙ୍କର କୃପା ରହିଥାଏ। ଏହା ସହିତ ଧନଲାଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ମାନ୍ୟତା ରହିଛି।

 

ନେଉଳ ମୂର୍ତ୍ତି କିମ୍ୱା ଚିତ୍ର ଘରେ ରଖିଲେ, ଆପଣଙ୍କ ଜୀବନରେ କେବେ ହେଲେ ଆର୍ଥିକ ସଙ୍କଟ ଦେଖା ଯାଇନଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।

 

କିଛି ଲୋକ ନେଉଳର ମୂର୍ତ୍ତିକୁ ସୁନାର ଟଙ୍କା ଥିବା ଥାଳିରେ ଘରେ ସ୍ଥାପନା କରିଥାନ୍ତି। ଏପରି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ, ନେଉଳ ସହିତ ସାପର ସମ୍ପର୍କ ଭଲ ନଥିବାରୁ ଆପଣଙ୍କ ଘରକୁ କେବେ ସାପ ପ୍ରବେଶ କରିବେ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More