Only for Entertainment

ମଲାଲା ଉପରେ ପ୍ରସ୍ତୁତ ହେଲା ବାୟୋପିକ, ରିଲିଜ ହେଲା ମୋଶନ ପୋଷ୍ଟର ।

youtube
0 56

ବଲିଉଡରେ ଏବେ ବାୟୋପିକ କିମ୍ବା ସତ୍ୟ ଘଟଣା ଉପରେ ଫିଲ୍ମ ପ୍ରସ୍ତୁତ ହେବା ସାଧାରଣ କଥା ହୋଇଗଲାଣି । ଫିଲ୍ମମେକର ଗୋଟେ ପରେ ଗୋଟେ ପ୍ରେରଣା ଦେଉଥିବା କାହାଣୀ ଉପରେ ପରଦା ଉଠାଇବାକୁ ଲାଗିପଡିଛନ୍ତି । ଯେଉଁଠି ରାଜି, ପରମାଣୁ ଏବଂ ସଂଜୁ ଭଳି ଫିଲ୍ମ ପରଦାରେ କମାଲ କରିଚାଲିଛନ୍ତି , ସେହିଭଳି ସୁରମା, ଗୋଲ୍ଡ ଏବଂ ମଣିକର୍ଣ୍ଣିକା ଦକ୍ୱିନ ଅଫ ଝାନ୍ସୀ ଭଳି ଫିଲ୍ମ ଲାଇନରେ ଅଛନ୍ତି ।

ପୁରଷ୍କାର ବିଜେତା ମଲାଲା ୟୁସୁଫଜଈଙ୍କ ବାୟୋପିକ ‘ଗୁଲ ମକାଇ’ର ମୋଶନ ପୋଷ୍ଟର ରିଲିଜ ହୋଇଛି । ଏହି ଟିଜରରେ ମଲାଲା ୟୁସୁଫଜଈଙ୍କ ହାତରେ ଜଳୁଥିବା ଏକ ବହି ଦେଖିବାକୁ ମିଳିଛି । ଏହାର ବ୍ୟାକଗ୍ରାଉଣ୍ଡରେ କବୀର ବେଦୀଙ୍କ କଣ୍ଠରେ କୁହାଯାଇଛି ଯେ ଏହା ସେତେବେଳେ ର କଥା ଯେତେବେଳେ ଜିହାଦ ଏବଂ ଧର୍ମ ନାଁରେ ତାଲିବାନ ପାକିସ୍ତାନ ଏବଂ ଆଫଗାନିସ୍ତାନକୁ ନଷ୍ଟ କରୁଥିଲା । ସେହି ସମୟରେ ପାକିସ୍ତାନର ଏକ ଗାଁରୁ ଏକ ସ୍ୱର ଉଠିଥିଲା ।

ମଲାଲା ୟୁସୁଫଜଈ ପାକିସ୍ତାନର ଆକ୍ଟିବିଷ୍ଟ ଅଟନ୍ତି ଯିଏ କି ପିଲାଦିନେ ମହିଳାଙ୍କ ଶିକ୍ଷା ପାଇଁ ଜାଗରୁକତାର କାର୍ଯ୍ୟ କରୁଥିଲେ । ୨୦୧୨ରେ ତାଲିବାନ ତାଙ୍କୁ ଗୁଳି କରିଥିଲେ ଏବଂ ଏହାପରେ ତାଙ୍କର ଚିକିତ୍ସା ବ୍ରିଟେନରେ ହୋଇଥିଲା । ୨୦୧୪ରେ ତାଙ୍କୁ ମଲାଲା ଶାନ୍ତିର ନୋବେଲ ପୁରସ୍କାର ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More