Only for Entertainment

ରିଲିଜ ହେଲା ଫିଲ୍ମ ‘ମେଡ ଇନ ଚାଇନା’ର ନୂଆ ଗୀତ ‘ସନେଡୋ’, ଦାଣ୍ଡିଆ ରାସରେ ମୌନୀଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିଲେ ରାଜକୁମାର

latestly
41

ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇସାରିଛି । ନବରାତ୍ରୀ ଆରମ୍ଭ ହେବା ସହିତ ସବୁଆଡେ ଏବେ ‘ଗରବା’ର ଯାଦୁ ଛାଇ ରହିଛି । ଏହାରି ମଧ୍ୟରେ ଫିଲ୍ମ ‘ମେଡ ଇନ ଚାଇନା’ର ମେକର୍ସ ମଧ୍ୟ ‘ଗରବା’ର ମଜାକୁ ଦ୍ୱିଗୁଣିତ କରିବା ପାଇଁ ଫିଲ୍ମର ନୂଆ ଗୀତ ‘ସେନେଡୋ’ ରିଲିଜ କରିଛନ୍ତି । ଫିଲ୍ମର ଏହି ଗୀତରେ ରାଜକୁମାର ରାଓ ଏବଂ ମୌନୀ ରୟଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଛି । ଏହି ଗୀତର ମ୍ୟୁଜିକ ଯେତିକି ମଜାଦାର ହୋଇଛି ତାହାର ପିକ୍ଚରାଇଜେସନ ମଧ୍ୟ ସେତିକି ମଜାଦାର ହୋଇଛି ।

ଗୀତରେ ମିକା ସିଂ, ନିଖିତା ଗାନ୍ଧୀ ଓ ବେନୀ ବୟାଲଙ୍କ ଭଏସ ଶୁଣିବାକୁ ମିଳିଛି । ଗୀତରେ ମ୍ୟୁଜିକ ଦେଇଛନ୍ତି ସଚିନ-ଜିଗର ଏବଂ ଏହାର ଲିରିକ୍ସ ନିରେନ ଭଟ୍ଟ ଏବଂ ଜିଗର ଲେଖିଛନ୍ତି । କିଛି ଘଣ୍ଟା ମଧ୍ୟରେ ଗୀତକୁ ୮୧ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଫିଲ୍ମରେ ପ୍ରଥମଥର ପାଇଁ ମୌନୀ ରୟ ଏବଂ ରାଜକୁମାର ରାଓଙ୍କ ଯୋଡି ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୁଜୁରାଟୀ ନିର୍ଦ୍ଦେଶକ ମିଖିଲ ମୁସଲେ । ଫିଲ୍ମ ଦିୱାଲୀରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More