Only for Entertainment

ମୌନି ରୟଙ୍କ ହ୍ୟାଟ୍ରିକ, ଅକ୍ଷୟ-ରଣବୀରଙ୍କ ପରେ ଏହି ଅଭିନେତାଙ୍କ ସହିତ କରିବେ ରୋମାନ୍ସ

Bollyworm
0 49

ଟିଭି ଅଭିନେତ୍ରୀ ମୌନି ରୟ ଏବେ ସଫଳତାର ରାସ୍ତାରେ । ଖବର ଅନୁସାରେ ମୌନି ରୟଙ୍କ ପ୍ରଥମ ବଲିଉଡ ରିଲିଜ ହୋଇନଥିବା ବେଳେ ତାଙ୍କୁ ତୃତୀୟ ବଲିଉଡ ଫିଲ୍ମର ଅଫର ମିଳିସାରିଛି । ରିପୋର୍ଟ ଅନୁସାରେ ମୌନି ରୟ ଫିଲ୍ମ ‘ର’ ଅର୍ଥାତ ରୋମିୟୋ ଅକବର ୱାଲ୍ଟର ରେ ଜନ ଆବ୍ରାହମଙ୍କ ସହିତ ନଜର ଆସିବେ ।

ପରମାଣୁର ସଫଳତା ପରେ ଜନ ଖୁବ ଶୀଘ୍ର ଫିଲ୍ମ ‘ର’ର ସୁଟିଂ ଆରମ୍ଭ କରିବେ । ଫିଲ୍ମର ଲିଡ ଅଭିନେତ୍ରୀଙ୍କୁ ନେଇ କିଛି ଦିନରୁ ଚର୍ଚ୍ଚା ହେଉଥିଲା । ତେବେ ଫିଲ୍ମ ପାଇଁ ମୌନିଙ୍କୁ ଚୟନ କରାଯାଇଛି ବୋଲି ଶୁଣିବାକୁ ମିଳିଛି ।

john

କହିରଖୁଛୁ ଯେ ଫିଲ୍ମ ‘ର’ ପାଇଁ ପ୍ରଥମେ ସୁଶାନ୍ତ ସିଂ ରାଜପୁତଙ୍କୁ ନିଆଯାଇଥିଲା କିନ୍ତୁ କିଛି କାରଣରୁ ସେ ଫିଲ୍ମ କରିପାରିଲେ ନାହିଁ । ଏହା ପରେ ପ୍ରୋଜେକ୍ଟ ଜନ ଆବ୍ରାହମଙ୍କୁ ମିଳିଥିଲା । ପିଲ୍ମରେ ଜନଙ୍କର ଭିନ୍ନ ଭିନ୍ନ ୮ଟି ଲୁକ ଦେଖିବାକୁ ମିଳିବ । ଫିଲ୍ମରେ ସେ ୨୬ ଠାରୁ ଆରମ୍ଭ କରି ୮୫ ବର୍ଷୀୟ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଏହା ଜନଙ୍କ ପାଇଁ ଖୁବ ଚ୍ୟାଲେଞ୍ଜିଂ ରହିବା ବୋଲି ସେ ଖୁଲାସା କରି କହିଛନ୍ତି ।

ମୌନିଙ୍କ ବିଷୟରେ କହିବାକୁ ଗଲେ ଏହି ଖବର ଯଦି ସତ ହୁଏ ତେବେ ଏହା ମୌନିଙ୍କ ହ୍ୟାଟ୍ରିକ ଫିଲ୍ମ ରହିବ । ଗୋଲ୍ଡ ଜରିଆରେ ଅକ୍ଷୟ କୁମାରଙ୍କ ସହିତ ବଲିଉଡ ଡେବ୍ୟୁ କରିବା ପରେ ମୌନି ରଣବୀର କପୁର ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More