Only for Entertainment

ସଲମାନ ନୁହଁନ୍ତି ବୋନି କପୁର ପୁଅ ଅର୍ଜୁନ କପୁରଙ୍କ ସହ ପ୍ରସ୍ତୁତ କରିବେ‘ନୋ ଏଂଟ୍ରି’ ସିକ୍ୱେଲ !

Pinkvilla
0 27

ଲମ୍ବା ସମୟରୁ ଏହି ବିଷୟରେ ଚର୍ଚ୍ଚା ଚାଲିଥିଲା ଯେ ବୋନୀ କପୁର ନିଜର ହିଟ ଫିଲ୍ମ ‘ନୋ ଏଂଟ୍ରି’ର ସିକ୍ୱେଲ ପ୍ରସ୍ତୁତ କରିବେ । ନୋ ଏଂଟ୍ରିରେ ସଲମାନ ଖାନ ଥିଲେ ଏବଂ ଏହାର ସିକ୍ୱେଲରେ ମଧ୍ୟ ସଲମାନ ରହିବେ ବୋଲି ଶୁଣିବାକୁ ମିଳିଥିଲା । ମାତ୍ର ଖବର ଶୁଣିବାକୁ ମିଳିଛି ଯେ ଏଥର ନୋ ଏଂଟ୍ରିରେ ସଲମାନଙ୍କ ବଦଳରେ ବୋନି କପୁର ପୁଅ ଅର୍ଜୁନ କପୁରଙ୍କୁ ନେଇ ନୋ ଏଂଟ୍ରି ସିକ୍ୱେଲ ପ୍ରସ୍ତୁତି କରିବାର ପ୍ଲାନ କରୁଛନ୍ତି ।

ରିପୋର୍ଟ ମୁତାବକ, ନୋ ଏଂଟ୍ରି’ର ସିକ୍ୱେଲ କାହାଣୀ ଲେଖା ଚାଲିଛି ଏବଂ ଏହି କାହାଣୀ ଏଭଳି ରହିଛି ଯେ ଯେଉଁ କାରଣରୁ ଏଥିରେ ଆହୁରି ଅନେକ ନୂଆ କାଷ୍ଟ ଆବଶ୍ୟକ । କାଷ୍ଟଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି , ମାତ୍ର ବୋନି କପୁର ଚାହାନ୍ତି ପୂରା ଟିମକୁ ଅର୍ଜୁନ ସମ୍ଭାଳନ୍ତୁ ବୋଲି । ଯଦି ଏଭଳି ହୁଏ ତେବେ ଅର୍ଜୁନ କପୁର ଏଥିରେ ଖାସ ରୋଲରେ ନଜର ଆସିବେ ।

ଯଦିଓ ଏବେ ଏହି ଫିଲ୍ମର ସୁଟିଂ ଟାଇମ ଦୂରରେ ଅଛି କିନ୍ତୁ ଏବେ ବୋନି ତାଙ୍କର ଆଉ ଏକ ଫିଲ୍ମ ପାଇଁ ଅଭିନେତା ଅଜୟ ଦେବଗନଙ୍କ ସହ ବ୍ୟସ୍ତ ଅଛନ୍ତି ଏବଂ ଏହାପରେ ସେ ‘ନୋ ଏଂଟ୍ରି’ର ସିକ୍ୱେଲ ଆରମ୍ଭ କରିବେ । ଏବେ କେବଳ ଦେଖିବା ବାକି ରହିଲା ଯେ ଏହି ଫିଲ୍ମର ସୁଟିଂ ତାରିଖ କେବେ ଅଫିସିଆଲ ଘୋଷଣା କରୁଛନ୍ତି ଏବଂ ଏଥିରେ ଅର୍ଜୁନ କପୁର ସଲମାନଙ୍କୁ ରିପ୍ଲେସ କରୁଛନ୍ତି କି ନାହିଁ ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More