Only for Entertainment

ଟ୍ରାଫିକ ପୋଲିସ ଚାଲାଣ କାଟିବାରୁ ବାଇକରେ ନିଆଁ ଲଗାଇଲେ ବ୍ୟକ୍ତି

NDTV
31

ମଧ୍ୟ ପ୍ରଦେଶର ଇନ୍ଦୋରରେ ରବିବାର ଏପରି ଏକ ଘଟଣା ଘଟିଛି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଟ୍ରାଫିକ ପୋଲିସ ଜଣେ ବ୍ୟକ୍ତିଙ୍କ ଚାଲାଣ କାଟିବାରୁ ସେ ନିଜ ଗାଡିରେ ନିଆଁ ଲଗାଇ ଦେଇଥିଲେ । ବାଇକରେ ନିଆଁ ଲଗାଇବା ପରେ ବ୍ୟକ୍ତି ଜଣଙ୍କ ସେଠାରୁ ଦୌଡି ପଳାଇ ଥିଲେ । ଅନ୍ୟପକ୍ଷରେ ସ୍ତାନୀୟ ଲୋକେ ପୋଲିସ କର୍ମଚାରୀଙ୍କ ଉପରେ ଯାତ୍ରୀଙ୍କୁ ହଇରାଣ କରିବାର ଆରୋପ ଲଗାଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଟ୍ରାଫିକ ପୋଲିସକର୍ମୀ ଜଣେ ବ୍ୟକ୍ତିଙ୍କୁ ଅଟକାଇ ୫୦୦ ଟଙ୍କାର ଚାଳଣ କାଟିଥିଲେ । ବ୍ୟକ୍ତି ଜଣଙ୍କ ପାକାପାଖି ଏକ ଘଣ୍ଟା ପୋଲିସ କର୍ମୀଙ୍କୁ ନେହୁରା ହୋଇଥିଲେ କିନ୍ତୁ ସେ ଶୁଣି ନଥିଲେ । ଏହା ପରେ ସେ ରାଗିଯାଇ ଗାଡିରେ ନିଆଁ ଲଗାଇଦେଇ ସେଠାରୁ ପଳାଇଥିଲେ ।

ପୋଲିସ ଅଫିସିଆଲ ରାହୁଲ ଶର୍ମା କହିଛନ୍ତି, ଘଟଣାର ଜାଂଚ ପାଇଁ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲେ ଏବଂ ବାଇକରେ ଲାଗିଥିବା ନିଆଁ ଲିଭାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରାଫିକ ପୋଲିସ ଅଧିକାରୀ ନିଜର ପରିଚୟ ଲୁଚାଇ ପଇସା ଲୁଟିଥାନ୍ତି ।

ଏପରି କି ଜଣେ ବ୍ୟକ୍ତି କହିଛନ୍ତି ଆଧିକାଂଶ ପୋଲସ କର୍ମଚାରୀ ନିଶାରେ ରହିଥାନ୍ତି । ସେମାନେ ଆମକୁ ଅଟକାଇ ଚାଳଣ କାଟିଥାନ୍ତି । ଏହା ପରେ ମଧ୍ୟ ସେମାନେ ୫୦୦ କିମ୍ବା ୧୦୦୦ ଟଙ୍କାର ଲାଂଚ ମାଗିଥାନ୍ତି । ସବୁଠାରୁ ବଡ କଥା ହେଉଛି ଏପର୍ଯ୍ୟନ୍ତ ମଧ୍ୟ ପ୍ରଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହୋଇନାହିଁ । ଏହା ପରେ ମଧ୍ୟ ଟ୍ରାଫିକ ପୋଲିସ ଅଧିକାରୀ ଏପରି ଚାଳାଣ କାଟୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More