Only for Entertainment

କେବେ ଷ୍ଟଂଟ ହିରୋଇନ ଥିଲେ ଏହି ଅଭିନେତ୍ରୀ, ସମ୍ମି କପୂରଙ୍କ ସହ ଥିଲା ଅଫେୟାର !

youtube
0 58

ମୁମତାଜଙ୍କ ଜନ୍ମ ୩ଜୁଲାଇ ୧୯୪୭ରେ ମୁମ୍ବାଇରେ ହୋଇଥିଲା । ୧୨ବର୍ଷ ବୟସରେ ମୁମତାଜ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ୬୦ଦଶକରେ ମୁମତାଜ କୁନି କଳାକାର ଭାବେ କାମ କରୁଥିଲେ । ଏହାପରେ ସେ ରେସଲର ହିରୋ ଦାରା ସିଂଙ୍କ ହିରୋଇନ ହୋଇଥିଲେ ।

ମୁମତାଜଙ୍କୁ ନେଇ ଏକ କାହାଣୀ ଫେମସ ହୋଇଥିଲା ଯେତେବେଳେ ଦାରା ସିଂ ଇଣ୍ଡଷ୍ଟ୍ରିକୁ ଆସିଥିଲେ ସେତେବେଳେ ତାଙ୍କ ସହ କୌଣସି ହିରୋଇନ କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନଥିଲେ । ସେହି ସମୟରେ ନିର୍ଦ୍ଦେଶକ ତାଙ୍କୁ ମୁମତାଜଙ୍କ ନାଁ କହିଥିଲେ । ଦାରା ସିଂ କହିଥିଲେ ଯେ ତାଙ୍କୁ କେହି ବି ହେଲେ ଚଳିବ ତାଙ୍କୁ କେବଳ ଫିଲ୍ମରେ ମତଲବ । ଏହିଭଳି ମୁମତାଜ ଲିଡ ଅଭିନେତ୍ରୀ ହୋଇ ପାରିଥିଲେ ।

ଦାରା ସିଂଙ୍କ ସହ ଅନେକ ଫିଲ୍ମ କଲା ପରେ ତାଙ୍କ ଉପରେ ଆକ୍ସନ ହିରୋଇନର ଟ୍ୟାଗ ଲାଗିଯାଇଥିଲା । କେହି ବି ପ୍ରଡ୍ୟୁସର ତାଙ୍କୁ ରୋମାଂଟିକ ହିରୋଇନ ପାଇଁ ନେବାକୁ ଚାହୁଁ ନଥିଲେ । ମୁମତାଜ ଧୀରେ ଧୀରେ କଳାକାର ଭୂମିକା ତୁଲାଇବାରେ ଲାଗିଲେ ଏବଂ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ ମିଳିଲା । ଏହାପରେ ତାଙ୍କୁ ଦିଲ୍ଲୀପ କୁମାରଙ୍କ ଫିଲ୍ମରେ ଲିଡ ରୋଲ କରିବାକୁୁ ସୁଯୋଗ ମିଳିଥିଲା ।

ମୁମତାଜଙ୍କ ସହ ସମ୍ମି କପୁରଙ୍କୁ ନେଇ ଅନେକ ଚର୍ଚ୍ଚା ଚୋର ଧରିଥିଲା । ଏପରିକି ଶୁଣିବାକୁ ମିଳିଥିଲା ଦୁହେଁ ଦୁହିଁଙ୍କୁ ବିବାହ କରିବେ । ମାତ୍ର ଏଭଳି ହୋଇ ପାରିଲା ନାହିଁ କାରଣ ଏକ ସାକ୍ଷାତକାରରେ ମୁମତାଜ କହିଲେ ଯେ ଯେଉଁ ସମୟରେ ତାଙ୍କ ଫିଲ୍ମ ହିଟ ହେଉଥିଲା ସମ୍ମି ତାଙ୍କୁ ବିବାହ କରିଥିଲେ ତାଙ୍କୁ ଅଭିନୟ କରିବାକୁ ଦେଇ ନଥାଆନ୍ତେ । ଏହି କାରଣରୁ ସେ ସମ୍ମି କପୂରଙ୍କୁ ବିବାହ କରି ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More