Only for Entertainment

ଦୁଃଖରେ ତରଳିଲା ନାନାଙ୍କ ହୃଦୟ, ବନ୍ୟା ପୀଡ଼ିତଙ୍କ ପାଇଁ ତିଆରି କରିବେ ୫୦………..

timesnow
196

ମହାରାଷ୍ଟ୍ରର ବନ୍ୟାରେ ସବୁକିଛି ନଷ୍ଟଭ୍ରଷ୍ଟ ହୋଇ ଯାଇଛି । ପଶ୍ଚିମ ମହାରାଷ୍ଟ୍ର ଜିଲାରେ ହଜାର ହଜାର ଲୋକ ବନ୍ୟାରେ ପୀଡ଼ିତ ହୋଇଛନ୍ତି । ଏବେ ସମସ୍ତଙ୍କର ଭବିଷ୍ୟତକୁ ନେଇ ଚିନ୍ତା । ଏହି ଭୟଙ୍କର ସ୍ଥିତିରେ ଅଧିକାଂଶ ଲୋକଙ୍କ ଘର ଉଜୁଡ଼ି ଯାଇଛି । ଏହି ମଧ୍ୟରେ ବଲିଉଡ ଆକ୍ଟର ନାନା ପାଟେକର ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢିଛନ୍ତି । ନାନା ପାଟେକର ନାମ ଫାଉଣ୍ଡେସନ ନାମରେ ଏନଜିଓ ଚଳାଉଛନ୍ତି । ଏହି ଏନଜିଓ ମାଧ୍ୟମରେ ସେ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଘର ନିର୍ମାଣ କରିବେ ।

 

 

View this post on Instagram

 

A post shared by Nana patekar (@nana.patekar) on

ନାନା ପାଟେକର ଶିରୋଲରେ ପଦମାରୋଜେ ବିଦ୍ୟାଳୟରେ ବନ୍ୟା ପ୍ରପୀଡ଼ିତଙ୍କୁ ସାକ୍ଷାତ କରିଛନ୍ତି । ସେଠାରେ ସେ ୫୦୦ ଘର ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି । ଏହା ସହିତ ସାନ୍ତ୍ୱନା ଦେଇ କହିଛନ୍ତି ଯଦି ରହିବା ପାଇଁ ଘର ମିଳିଯିବ ତେବେ କୌଣସି ସମସ୍ୟା ରହିବ ନାହିଁ । ସବୁକିଛି ଠିକ ହୋଇଯିବ । ସରକାର ଆମକୁ କିଛି ଫଣ୍ଡ ଦେଇଛନ୍ତି ଏବଂ ଆମ ଫାଉଣ୍ଡେସନ କିଛି ଟଙ୍କା ସଂଗ୍ରହ କରୁଥିବା କହିଛନ୍ତି ନାନା । ଏହା ସହିତ ଆଉ କିଛି ଲୋକ ନିଜେ ଆସି ସହାୟତାର ହାତ ବଢାଇଛନ୍ତି ବୋଲି କହିଛନ୍ତି ନାନା ପାଟେକର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More