Only for Entertainment

Birthday Special: ଜୀବନର ଝଡ ତୋଫାନ କୁ ଅତିକ୍ରମ କରି ପ୍ରକୃତିକୁ କିଛି ଏଭଳି ଉପଭୋଗ କରୁଛନ୍ତି ମନୀଷା, ଏଭଳି ରଖୁଛନ୍ତି ନିଜ ଶରୀର ଉପରେ ଧ୍ୟାନ !

55

ଆଜି ମନୀଷା କୋଇରାଲ ନିଜ ଜନ୍ମଦିନ ପାଳନ କରୁଛନ୍ତି । ସେ ଫିଲ୍ମ ଠାରୁ ସିନା ଦୂରେଇ ରହୁଛନ୍ତି ମାତ୍ର ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ । ଇନଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋକୁ ଦେଖି ଏହା ଜଣା ପଡିଛି । ନିଜ ଖାଲି ସମୟକୁ ସେ ପ୍ରକୃତି ସହ ଉପଭୋଗ କରିବାକୁ ପସନ୍ଦ କରୁଛନ୍ତି ।

ନିଜ ଇଚ୍ଛାଶକ୍ତି କାରଣରୁ ମନୀଷା କ୍ୟାନସର ଭଳି ରୋଗକୁ ବାଜିମାତ ଦେଇଛନ୍ତି । ଏହି ରୋଗକୁ ହରାଇବା ପରେ ସେ ନିଜ ଶରୀର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଆପଣ ମନୀଷାଙ୍କ ଚେହେରାକୁ ଦେଖି ଅନୁମାନ କରିପାରିବେ ନାହିଁ ତାଙ୍କର ବୟସ, କାରଣ ସେ ଯୋଗ ଦ୍ୱାରା ନିଜକୁ ଫିଟ ରଖୁଛନ୍ତି ।


ତାଙ୍କର ପ୍ରକୃତି ସହ ଗଭୀର ସମ୍ପର୍କ ରହିଛି ଯାହାର ଉଦାହରଣ ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସେ ଅନେକ ସମୟରେ ଗଛ ଲତା ପାଖେ ବିଶ୍ରାମ ନେଉଥିବା ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଅନେକ ଦିନ ପରେ ସଂଜୁ ଫିଲ୍ମରେ ମନୀଷାଙ୍କୁ ଦେଖିବାକୁ ମିଳିଥିଲା । ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି । ନିଜର ବୈବାହିକ ସମ୍ପର୍କକୁ ଶେଷ କରି ଏବେ ମନୀଷା ଏକା ଖୁସିରେ ରହୁଛନ୍ତି । ଛାଡପତ୍ର ନେବା ପରେ ତାଙ୍କୁ ଅନେକ ସମୟରେ ଆଧ୍ୟାତ୍ମିକ ଜୀବନ ବିତାଉଥିବାର ଦେଖିବାକୁ ମିଳିଛି, ଅନେକ ସମୟରେ ସେ ମନ୍ଦିରରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More