ବଲିଉଡର ଲୋକପ୍ରିୟ ଗାୟିକା ନେକା କକ୍କରଙ୍କ ନୂଆ ମ୍ୟୁଜିକ ଭିଡିଓ ‘ଦିଲ୍ ଚାହିୟେ’ ନିକଟରେ ରିଲିଜ୍ ହୋଇଛି । ଏହି ଗୀତରେ ନେହା ନିଜେ ଭଏସ ଦେବା ସହିତ ଅଭିନୟ ମଧ୍ୟ କରିଛନ୍ତି । ଏହି ଗୀତର ଲିରିକ୍ସ ଏବଂ ମ୍ୟୁଜିକ ଦେଇଛନ୍ତି ନେହାଙ୍କ ଭାଇ ଟୋନି କକ୍କର । ଗୀତଟି ଖୁବ ଆକର୍ଷଣୀୟ ହୋଇଥିବା ବେଳେ ଏହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଗୀତକୁ ଏପର୍ଯ୍ୟନ୍ତ ୧.୬ ମିଲିୟନରୁ ଅଧିକ ଲେକେ ଦେଖିସାରିଛନ୍ତି । ନେହା କକ୍କରଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତକୁ ରିଲିଜ କରାଯାଇଛି ।
ଦେଖନ୍ତୁ ଭିଡିଓ…