Only for Entertainment

ଗଣେଷ ବିସର୍ଜନରେ ନୀଲ ନୀତିନ ମୁକେଶ କଲେ ଦେଶୀ ଡାନ୍ସ, ଭାଇରାଲ ହେଉଛି ଭିଡିଓ !

159

ଗୁରୁବାର ସାରା ଦେଶରେ ଗଣେଶ ବିର୍ସଜନ ଦିଆଯାଇଥିବା ବେଳେ ଏଥିରୁ ବାଦ୍ ପଡି ନ ଥିଲା ବଳିଉଡ । ବଲିଉଡ ଅଭିନେତା ନୀଲ ନିତୀନ ମୁକେଶ ଗଣପତି ବାବାଙ୍କ ବିର୍ସଜନ ପାଇଁ ଦେଶୀ ଅନ୍ଦାଜରେ ଢୋଲ ନାଗାଡା ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗଣପତି ବାବାଙ୍କ ବିସର୍ଜନ ସମୟରେ ପୂରା ପରିବାର ଏକାପ୍ରକାର ଡ୍ରେସ କୋର୍ଡରେ ନଜର ଆସିଥିଲେ ।

ସମସ୍ତେ ବ୍ଲାକ କଲର ଟି ସର୍ଟ ପିନ୍ଧିଥିବା ବେଳେ ଏଥିରେ ବାୟପାସ୍ ରୋଡ ଲେଖା ହୋଇଥିଲା । ବାୟପାସ୍ ରୋଡ ହେଉଛି ନୀଲ ନିତୀନ ମୁକେଶଙ୍କ ଅଫ କମିଙ୍ଗ ଫିଲ୍ମର ନାମ । ଗଣପତି ବାବାଙ୍କ ବିର୍ସଜନ ସମୟରେ ପରିବାର ଲୋକେ ଫିଲ୍ମ ପ୍ରମୋସନ ପାଇଁ ଏକା ଡ୍ରେସ କୋର୍ଡ ପିନ୍ଧିଥିବା ଦେଖିବାକୁ ମିଳିଛି ।

 

View this post on Instagram

 

#neilnitinmukesh at #ganpati visarjan today

A post shared by yogen shah (@yogenshah_s) on

ଫିଲ୍ମ ବିଷୟରେ କହିବାକୁ ଗଲେ, ନିକଟରେ ସାହୋ ରିଲିଜ ହୋଇଥିଲା । ଯାହା ବକ୍ସଅଫିସରେ ଧମାକା ମଚାଇବାରେ ଲାଗିଛି । ଏଥିରେ ନୀଲ ନିତୀନଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More