Only for Entertainment

ଏହି ସବୁ ନିୟମକୁ ପାଳନ କରିବା ଦ୍ୱାରା ପୂଜା ହୋଇଥାଏ ସଫଳ

the india post
0 112

ଦଶନ୍ଧି ପରେ ଦଶନ୍ଧି ଅତିକ୍ରମ କରିସାରିଛି । ଏକ ନୂତନ ଯୁଗର ଅୟମାରମ୍ଭ ମଧ୍ୟ ହୋଇସାରିଛି । ବିଂଶ ଶତାବ୍ଦୀର ନୂତନ ସୂର୍ଯ୍ୟକିରଣ ମନର ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଛି । ଝିଅ ପୁଅ ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟ ଦୂର ହୋଇଛି । କିନ୍ତୁ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ପୂର୍ବପରି ସେହି ସ୍ଥାନରେ ରହିଛି । ଯାହା ଅପରିବର୍ତ୍ତନୀୟ ଏବଂ ଅଲିଭା । ଏବେ ମଧ୍ୟ ସ୍ୱପ୍ନ ଆସିଲେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରେ । ସେ ବିଷୟରେ ଜାଣିବାର ଉତ୍ସାହ ବଢିଯାଏ । ସେହି ଅନୁସାରେ ଅଧିକାଂଶ ବ୍ୟକ୍ତି ବାସ୍ତୁ ଏବଂ ଶାସ୍ତ୍ରକୁ ଖୁବ ସମ୍ମାନ ଦିଅନ୍ତି । କାରଣ ମନରେ ଏକ ଆଶା ରହିଥାଏଯେ ମନସ୍କାମନା ପୂରଣ ହେବ । ତେବେ ପୂଜାକୁ ନେଇ ସେହିଭଳି କିଛି ବାସ୍ତୁ ରହିଛି ଯାହା ଜାଣିବା ନିହାତି ଆବଶ୍ୟକ ।

  • ସୂର୍ଯ୍ୟ,ଗଣେଶ,ଦୂର୍ଗା,ଶିବ ଏବଂ ବିଷ୍ଣୁଙ୍କୁ ପଂଚଦେବତା କୁହାଯାଏ । ତାଙ୍କୁ ପୂଜା କରିବା ଅନିର୍ବାଯ୍ୟ ଅଟେ । ପ୍ରତିଦିନ ଏହି ପଂଚଦେବଙ୍କୁ ପୂଜା କରିବା ଉଚିତ । ଏହା ଦ୍ୱାରା ପୂଜା ସଫଳ ହୋଇଥାଏ ।
  • କୁହାଯାଏଯେ ଭଗବାନ ଶିବ,ଗଣେଶ ଏବଂ ଭୈରବଙ୍କୁ ତୁଳସୀ ଚଢାଯାଏ ନାହିଁ ।
  • ମା ଦୂର୍ଗାଙ୍କୁ ଦୁବ ଘାସ ମଧ୍ୟ ଚଢାଇବା ଅନୁଚିତ ।
  • ସୂର୍ଯ୍ୟଦେବଙ୍କୁ ଶଙ୍ଖ ଏବଂ ଜଳ ସହିତ ପୂଜା କରିବା ଉଚିତ ।
  • ସ୍ନାନ ପୂର୍ବରୁ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ । କାରଣ ଏହି ପତ୍ର ପୂଜାରେ ବ୍ୟବହାର ଯୋଗ୍ୟ ନୁହେଁ ।
  • ସ୍ନାନ ନ କରି ଶଙ୍ଖ ବଜାଇବା ଦ୍ୱାରା ମା ଲକ୍ଷ୍ମୀ ରାଗି ଯାଆନ୍ତି ଏବଂ ଘର ଛାଡ଼ି ଚାଲିଯାଆନ୍ତି । ମା’ଙ୍କୁ ପଦ୍ମ ଫୁଲରେ ପୂଜା କରିବା ଉଚିତ ।
    ୧୧ ଦିନ ପର୍ଯ୍ୟନ୍ତ ତୁଳସୀ ପତ୍ରକୁ ବାସୀ ବୋଲି ଗ୍ରହଣ କରାଯାଏ ନାହିଁ । ଏହାକୁ ଜଳ ଛିଂଚି ପୁନଃ ପୂଜାରେ ବ୍ୟବହାର କରାଯାଇ ପାରିବ ।
  • ବୁଧବାର ଏବଂ ରବିବାର ଦିନ ଓସ୍ତ ଗଛରେ ଜଳ ଚଢାଇ ପୂଜା କରିବା ଅନୁଚିତ ।
  • ଘର ମନ୍ଦିରରେ ସଂଧ୍ୟା ଏବଂ ସକାଳେ ଦୀପ ଜଳାଇ ପୂଜା କରିବା ଉଚିତ ।
  • ରବିବାର, ଏକାଦଶୀ, ଦ୍ୱାଦଶୀ, ସଂକ୍ରାନ୍ତି ଏବଂ ସଂଧ୍ୟାରେ ତୁଳସୀ ପତ୍ର ତୋଳିବା ଅନିର୍ବାଯ୍ୟ ଅଟେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More