ଜିରୋ ସେଟ୍ରେ କ୍ୟାଟ୍ରିନାଙ୍କ ଲୁକ,ଲୋକଙ୍କୁ ହେଉଛି ବିବାହର ଧୋକା ।
ଫିଲ୍ମ ଜିରୋ ସେଟରୁ ଲଗାତାର ଭାବରେ ଫଟୋ ଲିକ ହେଉଛି । ବିଶେଷ କରି କ୍ୟାଟଙ୍କ ଲୁକ । ଏବେ ତାଙ୍କର ଏହି ଫଟୋ ଖୁବ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । କାଂଜିବରମ ଶାଢୀ ଏବଂ ଗହଣାରେ କ୍ୟାଟ ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଏହି ଲୁକକୁ ଦେଖି ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତିଯେ ବାସ୍ତବରେ କ୍ୟାଟ ଫିଲ୍ମରେ କ’ଣ କରିବାକୁ ଯାଉଛନ୍ତି ।
ତେବେ କ୍ୟାଟଙ୍କ ସହିତ ଅନୁଷ୍କା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ଏହା ସହିତ ଶାହାରୁଖ ମଧ୍ୟ । ଯାହା ଦର୍ଶକଙ୍କୁ ମନେ ପକାଇଦେବ ଫିଲ୍ମ ଜବ ତକ ହୈ ଜାନର ତ୍ରିକୋଣ ଚରିତ୍ର ବିଷୟରେ ।
ଜିରୋ ବ୍ୟତୀତ କ୍ୟାଟ ଠଗ୍ସ ଅଫ ହିନ୍ଦୋସ୍ତାନରେ ମଧ୍ୟ ନଜର ଆସିବେ । ଏଥିରେ ଅମୀର,ଅମିତାଭ ଏବଂ ଫାତିମା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ।