Only for Entertainment

ଟ୍ରେଲର ରିଲିଜ ପୂର୍ବରୁ ରିଲିଜ ହେଲା ‘ସାହୋ’ର ଆଉ ଏକ ନୂଆ ପୋଷ୍ଟର, ଦେଖିବାକୁ ମିଳିଲା ପ୍ରଭାସଙ୍କ ଜବରଦସ୍ତ ଅନ୍ଦାଜ

insta pic of @actorprabhas
68

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ଟ୍ରେଲର ୧୦ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ଟ୍ରେଲର ରିଲିଜ ପୂର୍ବରୁ ଅଭିନେତା ପ୍ରଭାସ ଫିଲ୍ମର ଆଉ ଏକ ନୂଆ ପୋଷ୍ଟର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏହି ନୂଆ ପୋଷ୍ଟରରେ ପ୍ରଭାସଙ୍କ ଜବରଦସ୍ତ ଆକ୍ସନ ଅନ୍ଦାଜ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଫିଲ୍ମର ଅନେକ ପୋଷ୍ଟର ରିଲିଜ ହୋଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ନିକଟରେ ମେକର୍ସ ନୀତ ନିତିନ ମୁକେଶ, ଜ୍ୟାକି ଶ୍ରଫ ଏବଂ ଚଙ୍କି ପାଣ୍ଡେଙ୍କ ଲୁକ ରିଭିଲ କରିଥିଲେ ।

ଫିଲ୍ମର ପୋଷ୍ଟର, ଦୁଇଟି ଗୀତ ଏବଂ ଟିଜର ଦର୍ଶକଙ୍କ ମନରେ ଉତ୍ସାହ ଭରିଥିବା ବେଳେ ଶନିବାର ୧୦ ଅଗଷ୍ଟରେ ଫିଲ୍ମର ଟ୍ରେଲର ରିଲିଜ ହେବ । ଫିଲ୍ମରେ ପ୍ରଥମ ଥର ପାଇଁ ଶ୍ରଦ୍ଧା କପୁର ଏବଂ ପ୍ରଭାସଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିବ । ଫିଲ୍ମ ୩୦ ଅଗଷ୍ଟରେ ବକ୍ସ ଅଫିସରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More