Only for Entertainment

ରିଲିଜ ହେଲା ‘ନମସ୍ତେ ଇଂଲଣ୍ଡ’ ନୂଆ ଗୀତ ‘ଭରେ ବାଜାର’, ଶୁଣିବାକୁ ମିଳିଲା ବାଦଶାହଙ୍କ ଜବରଦସ୍ତ ର‌୍ୟାପ ।

Bollywoodpapa
0 42

ମୁକ୍ତିଲାଭ କଲା ‘ନମସ୍ତେ ଇଂଲଣ୍ଡ’ର ଡ୍ୟାନ୍ସ ନମ୍ବର୍ ‘ଭରେ ବାଜାର’ । ଗୀତ ଦୃଶ୍ୟାୟନରେ ଫିଲ୍ମର ଲିଡ୍ ଷ୍ଟାର୍ ଅର୍ଜୁନ୍ କପୁର, ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିଛି । ଗୀତରେ ଦୁହିଁଙ୍କ ଭିତରେ ଦେଖିବାକୁ ମିଳିଛି ଭରପୁର ରୋମାନ୍ସ ଆଉ କିଛି ପ୍ୟାରବାଲା ନୋକାଛାକର । ଅର୍ଜୁନ ଓ ପରିଣୀତିଙ୍କ ସହ ର‌୍ୟାପର୍ ତଥା ସିଙ୍ଗର୍ ବାଦଶାହ ମଧ୍ୟ ଏହି ଗୀତରେ ନଜର ଆସିଛନ୍ତି । ଗୀତରେ ଚାର ଚାନ୍ଦ ଲଗାଇଛି ବାଦଶାହଙ୍କ ର‌୍ୟାପ ।

ଏହାକୁ ବାଦ ଦେଲେ ଅର୍ଜୁନ କପୁରଙ୍କ ଡାନ୍ସ ମଧ୍ୟ ଏହି ଗୀତକୁ ଆହୁରି ସୁନ୍ଦର କରିଛି । ଏହି ରୋମାଂଟିକ୍ ଗୀତରେ ବିଶାଲ ଦାଦଲାନି, ପାୟଲ ଦେବ ଏବଂ ବାଦଶାହ କଣ୍ଠଦାନ କରିଥିବାବେଳେ ଏହାକୁ କମ୍ପୋଜ କରିଛନ୍ତି ରିଚି ରିଚ୍ ଏବଂ ବାଦଶାହ । ଚଳଚ୍ଚିତ୍ର ‘ନମସ୍ତେ ଇଂଲଣ୍ଡ’ ପଂଜାବର ଏକ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଛି । ଧବଲ୍ ଜୟନ୍ତିଲାଲ୍ ଗାଡା, ରିଲାଏନ୍ସ ଏଂଟର୍ଟେନ୍ମେଂଟ୍ ଦ୍ୱାରା ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିପୁଲ୍ ଅମୃତଲାଲ୍ ଶାହ । ସିନେମାର ଟ୍ରେଲରକୁ ଗତ କିଛି ଦିନ ଆଗରୁ ରିିଲିଜ୍ କରାଯିବା ପରେ ଏହି ଫିଲ୍ମର ଗୀତ ଗୁଡିକୁ ଏବେ ରିଲିଜ କରାଯାଉଛି । ଯାହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More