Only for Entertainment

ନିକଙ୍କ ଭାଇଙ୍କୁ ବି ପସନ୍ଦ ପ୍ରିୟଙ୍କା, ପ୍ରଶଂସା କରି କହିଲେ ‘ସୁପର ଅସମ’

bollywood tadka
0 42

ବଲିଉଡରୁ ହଲିଉଡ ଷ୍ଟାର ପାଲଟିଥିବା ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାନ ସିଙ୍ଗର ଏବଂ ଅଭିନେତା ନିକ ଜୋନସଙ୍କ ସହିତ ରିଲେସନସିପକୁ ନେଇ ଚର୍ଚ୍ଚାରେ । ଦୁହେଁ ଆଜିକାଲି ଏକାଠି ସମୟ ବିତାଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ନିକଙ୍କ ଭାଇ କେଭିନ ଜୋନସ ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କାଙ୍କ ପ୍ରଶଂସା କରିଛନ୍ତି ।

priyanka-kevin-jona1

ଏକ ଇଣ୍ଟରଭ୍ୟୁରେ କେବେ କ୍ୱାଣ୍ଟିକୋ ଅଭିନେତ୍ରୀଙ୍କୁ ସାକ୍ଷାତ କରିଛନ୍ତି କି ପ୍ରଶ୍ନରେ କେଭିନ କହିଥିଲେ ମୁଁ ତାଙ୍କ ସହିତ ପୂର୍ବରୁ ସାକ୍ଷାତ କରିସାରିଛି । ସେ ସୁପର ଅସମ । ତେବେ ଏହା ନିକଙ୍କ ବ୍ୟକ୍ତିଗତ କଥା । ପ୍ରିୟଙ୍କାଙ୍କୁ ସେ କେତେ ବୁଝିଛନ୍ତି ଏବଂ ତାଙ୍କ ବିଷୟରେ କ’ଣ କୁହନ୍ତି ତାହା ନିକ ଉପରେ ନିର୍ଭର କରେ ।

priyanka chopra

ନିକଙ୍କ ବିଷୟରେ କହିବାକୁ ଗଲେ ନିକ ପ୍ରିୟଙ୍କାଙ୍କୁ ଖୁବ ପସନ୍ଦ କରନ୍ତି ଏବଂ ବିବାହ କରିବା ପାଇଁ ଚାହାଁନ୍ତି । ନିକ ପ୍ରିୟଙ୍କାଙ୍କ ସହିତ ସେଟେଲ ହେବା ପାଇଁ ପାନିଂ କରିଛନ୍ତି । କହିରଖୁଛୁ ଯେ ପ୍ରିୟଙ୍କା ଏବଂ ନିକଙ୍କ ବୟସ ପାର୍ଥକ୍ୟ ମଧ୍ୟ ତାଙ୍କ ରିଲେସନସିପକୁ ଆହୁରି ଚର୍ଚ୍ଚାରେ ରଖିଛି । ଖବର ଅନୁସାରେ ପ୍ରିୟଙ୍କା ନିକଙ୍କ ଠାରୁ ୧୦ ବର୍ଷ ବଡ । ମେଟ ଗାଲା ୨୦୧୫ରେ ଦୁହିଁଙ୍କୁ ପ୍ରଥମ ଥର ଏକା ସହିତ ଦେଖିବାକୁ ମିଳିଥିଲା । ଏହା ପରେ ଦୁହେଁ ଅନେକ ଥର ଏକା ସହିତ ସ୍ପଟ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More