Only for Entertainment

‘ଦିଲବର ଗର୍ଲ’ଙ୍କ ଡ୍ୟାନ୍ସ ଦେଖି କ୍ରେଜି ହେଲେ ଫ୍ୟାନ୍ସ, ଖୁବ ଦେଖାଯାଉଛି ଭିଡ଼ିଓ ।

bollywood tadka
38

ବଲିଉଡରେ ଦିଲବର ଗୀତରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ନୋରା ଫତେହି ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହା ଏକ ଡ୍ୟାନ୍ସ ଭିଡ଼ିଓ ଯାହା ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓ କୌଣସି ଏକ ଇଭେଂଟର ଯେଉଁଥିରେ ନୋରା ଧୁମ ନାଚୁଛନ୍ତି । ଏହି ଡ୍ୟାନ୍ସରେ ଲକ୍ଷ ଲକ୍ଷ ଲୋକଙ୍କୁ ଦିୱାନା କରିଛନ୍ତି ନୋରା । ବେଲି ଡ୍ୟାନ୍ସ ପାଇଁ ପ୍ରସିଦ୍ଧ ନୋରା ଫତେହିଙ୍କ ଡ୍ୟାନ୍ସ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମିଥିଲା । କିଛି ଘଂଟାରେ ଶେୟାର କରାଯାଇଥିବା ଏହି ଭିଡ଼ିଓକୁ ୮ ଲକ୍ଷ ୪୮ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ନୋରା ଖୁବଶୀଘ୍ର ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସରରେ ନଜର ଆସିବେ । ଏଥିରେ ନୋରାଙ୍କ ବ୍ୟତୀତ ଶ୍ରଦ୍ଧା କପୁର ଏବଂ ବରୁଣ ଧାୱନ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More