Only for Entertainment

ଭାଇରାଲ ହେବାରେ ଲାଗିଛି ନୋରା ଫତେହୀଙ୍କ ଏହି ଗ୍ଲାମରର୍ସ ଫଟୋ !

aaj tak
29

ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଖୁବଶୀଘ୍ର ଫିଲ୍ମ ବାଟଲା ହାଉସ ଏବଂ ଭାରତରେ ନଜର ଆସିବେ । ନୋରା ନିକଟରେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ଫଟୋରେ ନୋରାଙ୍କୁ ଖୁବ ଗ୍ଲାମରର୍ସ ଲୁକରେ ଦେଖିବାକୁ ମିଳିଥିଲା । ନୋରାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋକୁ ମାତ୍ର ୩ ଘଣ୍ଟା ମଧ୍ୟରେ ୨ ଲକ୍ଷ ୪୦ ହଜାରରୁ ଅଧିକ ଲାଇକ ମିଳିସାରିଛି ।

 

 

View this post on Instagram

 

?

A post shared by Nora Fatehi (@norafatehi) on

ଫଟୋରେ ଅନେକ ୟୁଜର୍ସ ନୋରାଙ୍କ ଲୁକର ପ୍ରଶଂସା କରିଥିବା ବେଳେ କେତେକ ୟୁଜର୍ସ ଆପର୍ତ୍ତିଜନକ କମେଣ୍ଟ କରିଛନ୍ତି । କହିରଖୁଛୁ ଯେ, ନୋରାଙ୍କ ଗୀତ ଦିଲବର ଚଳିତ ବର୍ଷର ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଗୀତ ତାଲିକାରେ ପ୍ରଥମରେ ରହିଛି । ଜନ ଆବ୍ରାହମ ଏବଂ ମନୋଜ ବାଜପେୟୀ ଷ୍ଟାରର ଫିଲ୍ମ ସତ୍ୟମେବ ଜୟତେରେ ଦିଲବର ଗୀତକୁ ରିମେକ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ବାସ୍ତବରେ ଏହି ଗୀତରେ ସୁଷ୍ମିତା ସେନଙ୍କୁ ଦେଖିବାକୁ ମିଳିଥିଲା । ଏହି ଗୀତଟି ୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘ସିର୍ଫ ତୁମ’ର ଗୋଟିଏ ଗୀତ । ଫିଲ୍ମରେ ସଂଜୟ କପୁର ଲିଡ ରୋଲରେ ଅଭିନୟ କରିଥିଲେ ଏବଂ ସଲମାନ ଖାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନ ଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More