Only for Entertainment

ପ୍ରିୟଙ୍କା-ନିକଙ୍କୁ ନେଇ ଏହି ପ୍ରସିଦ୍ଧ ଜ୍ୟୋତିଷଙ୍କ ଭବିଷ୍ୟବାଣୀ !

Billboard
54

ନିକ୍‌ୟାଙ୍କା ଡିସେମ୍ବର ୨ରେ ଯୋଧପୁରରେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଦୁହିଁଙ୍କ ବିବାହ ସରିଥିବା ବେଳେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ କେତେ ଦିନ ତିଷ୍ଠିବ ସେ ନେଇ ତର୍କ ଆରମ୍ଭ ହୋଇଛି । କିଏ ବର୍ଷେ, କିଏ ଦୁଇ ବର୍ଷ ତ କିଏ ୩ ବର୍ଷ କହୁଥିବା ବେଳେ ଏବେ ଦୁହିଁଙ୍କ ବୈବାହିକ ସଂପର୍କକୁ ନେଇ ଭବିଷ୍ୟବାଣୀ କରିଛନ୍ତି ପ୍ରସିଦ୍ଧ ଜ୍ୟୋତିଷ ସଞ୍ଜୟ ବି ଜୁମାନି । ସେ ୧୩ବର୍ଷ ପୂର୍ବରୁ ପ୍ରିୟଙ୍କା ୩୬ବର୍ଷ ବୟସରେ ବିବାହ କରିବେ ବୋଲି କହିଥିଲେ ଏବଂ ତାହା ହିଁ ସତ ହେଲା ।

 

ଜୁମାନୀଙ୍କ କହିବା ଅନୁଯାୟୀ, ପ୍ରିୟଙ୍କାଙ୍କ ଜୀବନରେ ୯ ଅଙ୍କର ମହତ୍ତ୍ୱ ଅଧିକ । ଅଙ୍କ ୯ର ଲୋକମାନଙ୍କ ଉପରେ ମଙ୍ଗଳ ଗ୍ରହର ପ୍ରଭାବ ଅଧିକ ରହିଥାଏ । ଏଭଳି ଲୋକ ଉଚ୍ଚ ଆଶାବାଦୀ ଏବଂ ନେତୃତ୍ୱ ନେବାରେ ବିଶ୍ୱାସ ରଖିଥାନ୍ତି । ୪୫ ବର୍ଷ ବୟସରେ ପାଦ ଦେବା ପରେ ପ୍ରିୟଙ୍କା ରାଜନୀତିରେ ପାଦ ଦେଇ ପାରନ୍ତି ।

ଅଙ୍କଜ୍ୟୋତିଷ ଅନୁଯାୟୀ,ପ୍ରିୟଙ୍କା ନିକ୍‌ଙ୍କ ଉପରେ ପ୍ରଭାବ ବିସ୍ତାର କରିବେ । ଏଥି ପାଇଁ ନିକ୍‌ଙ୍କୁ ଅନେକ ସମୟରେ ଧୈର୍ଯ୍ୟ ରଖିବାକୁ ହେବ । କିନ୍ତୁ ଦୁହେଁ ଦୁହିଁଙ୍କ ପାଇଁ ହିଁ ତିଆରି ହୋଇଥିଲେ ଏବଂ ଏବେ ଦୁହେଁ ପରସ୍ପରକୁ ମିଳି ଯାଇଛନ୍ତି । ଯଦି ପ୍ରିୟଙ୍କା ନିଜ ନାମ ବଦଳାଇ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ କରୁଛନ୍ତି ତେବେ ତାଙ୍କର ଆଗାମୀ ଜୀବନ ସୁଖମୟ ହେବ ବୋଲି କହିଥିଲେ ଜୁମାନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More