Only for Entertainment

ଯାତ୍ରାକୁ ସଫଳ କରିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ ।

worthview
0 53

ପରିବାର ବର୍ଗ ହୁଅନ୍ତୁ କି ଅଫିସ କର୍ମଚାରୀ କିମ୍ବା ସାଙ୍ଗସାଥୀ, ଶୀତ ଋତୁର ଆଗମନ ହେତୁ ସମସ୍ତେ ବଣଭୋଜୀର ପ୍ରସ୍ତୁତି କରିଥାଆନ୍ତି । ବଣଭୋଜି ହେଉ କିମ୍ବା କୌଣସି ଦୂର ସ୍ଥାନକୁ ଯାତ୍ରା ଏହାକୁ ନେଇ ମନରେ ଭିନ୍ନଧରଣର ଆନନ୍ଦ ଉପୁଜିଥାଏ । ଯଦି ଆପଣ ବଣଭୋଜିର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି କିମ୍ବା ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ତେବେ ଏହି ବିଶେଷ ଟିପ୍ପଣୀ ଉପରେ ନଜର ଦିଅନ୍ତୁ ।

ଯାତ୍ରାରେ ଯିବା ସମୟରେ ଜଣା ଅଜଣାରେ କିଛି ଏଭଳି ଶବ୍ଦ କହିଦେଇଥାଉ ଯାହା ଆମର ଯାତ୍ରାର ଆନନ୍ଦରେ ବ୍ୟାଘାତ ସୃଷ୍ଟି କରିଥାଏ । ଯାତ୍ରାରେ ଯିବା ସମୟରେ ଏପରି କିଛି ଶବ୍ଦ ବ୍ୟବହାର କରିବା ପୂର୍ବରୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯାତ୍ରାକୁ ସଫଳ କରିବା ପାଇଁ ଜ୍ୟୋତିଷ ବାସ୍ତୁଶାସ୍ତ୍ରରେ ଅନେକ ଟିପ୍ପଣୀ ଦେଇଛନ୍ତି । ଏହି ସମସ୍ତ ତଥ୍ୟକୁ ଆପଣାଇ ଆପଣ ମଧ୍ୟ ଆପଣଙ୍କ ଯାତ୍ରାକୁ ସଫଳ ଏବଂ ମଙ୍ଗଳମୟ କରି ପାରିବେ ।

ଯାତ୍ରାରେ ଯିବା ସମୟରେ କୌଣସି ନକାରାତ୍ମକ ବାକ୍ୟ କୁହନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଯାତ୍ରାରେ ବିଘ୍ନ ଘଟିପାରେ । ଯେତେବେଳେ କୌଣସି ଯାତ୍ରା ପାଇଁ ଘରୁ ବାହାରୁଛନ୍ତି ଆପଣ ଆପଣଙ୍କ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ । ଯାତ୍ରା କରିବା ପୂର୍ବରୁ ନଦୀ, ନିଆଁ, ପବନ, ଦେବାଦେବୀ, ବୟସ୍କ ବ୍ୟକ୍ତି, ମା’ବାପା କିମ୍ବା ପତ୍ନୀଙ୍କୁ ପରିହାସ କରନ୍ତୁ ନାହିଁ ଏବଂ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ । ଏହା କରିବାଦ୍ୱାରା ଈଶ୍ୱର ଅସନ୍ତୁଷ୍ଟ ହୋଇଯାଆନ୍ତି ଏବଂ ଏହାଦ୍ୱାରା ଯାତ୍ରା ଅମଙ୍ଗଳ ଏବଂ ସଙ୍କଟମୟ ହୋଇଯାଏ ।

ଯାତ୍ରାରେ ଯିବା ସମୟରେ ଗୋଡ଼କୁ ସିଧା କରି ଘର ବାହାରକୁ ବାହାର କରନ୍ତୁ । ଯଦି କୌଣସି କାର୍ଯ୍ୟରେ ଯାତ୍ରା କରୁଛନ୍ତି ତେବେ କୌଣସି ଗରିବଙ୍କୁ ଦାନ କରନ୍ତୁ । ଗାଈକୁ ଘାସ ଖୁଆନ୍ତୁ । ଏହା କରିବାଦ୍ୱାରା କାର୍ଯ୍ୟ ସଫଳ ହେବା ସହିତ ଯାତ୍ରା ମଙ୍ଗଳମୟ ହୋଇଥାଏ ।

ମଙ୍ଗଳବାର ଦିନ ଯଦି ଉତ୍ତର ଦିଗରେ ଯାତ୍ରା କରୁଛନ୍ତି, ତେବେ ଘରୁ ବାହାରିବା ସମୟରେ ଗୁଡ ଖାଇ ବାହାରନ୍ତୁ । ବୁଧବାର ଦିନ ଯଦି ଆପଣ ଉତ୍ତର ଦିଗରେ ଯାତ୍ରା କରୁଛନ୍ତି ତେବେ ଧନିଆ ଏବଂ ରାଶି ଖାଇ ଘରୁ ବାହାରନ୍ତୁ । ଗୁରୁବାର ଦିନ ଯଦି ଆପଣ ଦକ୍ଷିଣ ଦିଗରେ ଯାତ୍ରା କରୁଛନ୍ତି ତେବେ ଯାତ୍ରା କରିବା ପୂର୍ବରୁ ଦହି ଖାଇ ଘରୁ ବାହାରନ୍ତୁ । ଯଦି ଶୁକ୍ରବାର ଦିନ ପଶ୍ଚିମ ଦିଗରେ ଅତିକ୍ରମ କରୁଛନ୍ତି ତେବେ ଘରୁ ଅଳ୍ପ କିଛି ଯଅ ଖାଇ ଯାଆନ୍ତୁ । ଶନିବାର ଦିନ ଯଦି ଆପଣ ପୂର୍ବ ଦିଗରେ କେଉଁଆଡେ ଯାତ୍ରା କରୁଛନ୍ତି ତେବେ ଅଦାର ଛୋଟ ଖଣ୍ଡ କିମ୍ବା କଳା ହରଡ ଡାଲି ଖାଇ ବାହାରକୁ ବାହାରନ୍ତୁ । ଏହିସବୁ ଉପାୟକୁ ମାନିଲେ ବିପଦ ପ୍ରକୋପରୁ ମୁକ୍ତି ପାଇବେ ଏବଂ ଆପଣଙ୍କ ଯାତ୍ରା ସଫଳ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More