Only for Entertainment

ବହୁଚର୍ଚ୍ଚିତ ଫିଲ୍ମ ‘ବିଜୁବାବୁ’ଙ୍କ ଗୀତ ରେକର୍ଡିଂ ଆରମ୍ଭ, ନିଜ ଜନ୍ମଦିନରେ ଏଭଳି ଦେଲେ ବିଜୁବାବୁଙ୍କୁ ଶ୍ରଦ୍ଧାଂଜଳୀ !

56

ନିଜ ଜନ୍ମଦିନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଶା ସ˚ଗୀତ ଜଗତର ସେନସେସନ ପ୍ରେମ୍ ଆନନ୍ଦ । ଆଜି ପ୍ରେମ୍ ଆନନ୍ଦଙ୍କ ଜନ୍ମଦିନ ଓ ଏହି ଅବସରରେ ସେ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଉପରେ ଆଧାରିତ ବହୁଚର୍ଚ୍ଚିତ ସିନେମା ‘ବିଜୁ ବାବୁ’ର ଗୀତ ରେକର୍ଡିଂ କରୁଛନ୍ତି। ଏହି ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ପ୍ରେମ୍ ଆନନ୍ଦ ଦେଉଥିବା ବେଳେ ଗୀତ ରଚନା କରିଛନ୍ତି ସୁବ୍ରତ ସ୍ବାଇଁ।

ଖାଲି ‘ବିଜୁ ବାବୁ’ ନୁହେଁ, ୬୦ରୁ ଅଧକ ଲୋକପ୍ରିୟ ସିନେମାରେ ସ˚ଗୀତ ନିର୍ଦ୍ଦେଶନା ଦେଇ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରେମ୍ ଆନନ୍ଦ ଓଡ଼ିଆ ସିନେମା ବ୍ୟତୀତ ମରାଠି ସିନେମା ‘ସର୍ଟ କର୍ଟ’, ହିନ୍ଦୀ ସିନେମା ‘ପ୍ଲାନ ବି’ ଭଳି ନାମୀଦାମୀ ସିନେମାରେ ସ˚ଗୀତ ନିର୍ଦ୍ଦେଶନା ଦେଇ ଜାତୀୟ ସ୍ତରରେ ବି ଚର୍ଚ୍ଚିତ ହୋଇଛନ୍ତି ।

ପୂର୍ବରୁ ତାଙ୍କର ଅଗସ୍ତ୍ୟ, ଅଭୟ, ବେବି, ଇସ୍କ ପୁଣି ଥରେ, କାବୁଲା ବାବୁଲା, ଅଜବ ସଞ୍ଜୁର ଗଜବ ଲଭ, ଲଭ୍ ପ୍ରମିଜ୍, ଗପ ହେଲେବି ସତ, ଗୋଟେ ଶୁଆ ଗୋଟେ ଶାରୀ, ତୁ ମୋ ଲଭ୍ ଷ୍ଟୋରି ଭଳି ୬୦ଟି ସିନେମାର ସ˚ଗୀତ ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More