Only for Entertainment

ରିଲିଜ ହେଲା ଆକ୍ସନ ରୋମାଂଟିକ ଚଳଚ୍ଚିତ୍ର ବ୍ଲାକମେଲର ଟ୍ରେଲର ।

youtube
0 49

ରିଲିଜ ହେଲା ଆକ୍ସନ ରୋମାଂଟିକ ଚଳଚ୍ଚିତ୍ର ବ୍ଲାକମେଲର ଟ୍ରେଲର । ଫିଲ୍ମରେ ନାୟକ ଭାବେ ନଜର ଆସିଛନ୍ତ ଅର୍ଦ୍ଦେନ୍ଧୁ । ଆଉ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଦୁଇ ଦୁଇଟି ସୁନ୍ଦରୀ ନାୟିକା ।

ଅଭିନେତା ଅର୍ଦ୍ଧେନ୍ଦୁଙ୍କ ସହ ତମନ୍ନା ଏବଂ ଆହାନାଙ୍କର ଦେଖିବାକୁ ମିଳିଛି ଜବରଦସ୍ତ ରୋମାଂଟିକ ଅନ୍ଦାଜ । ନିକଟରେ ଏହାର ଗୀତ ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଗୀତକୁ ଗାଇଥିଲେ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଦିପ୍ତୀରେଖା । ଏହି ଗୀତ ଏଥର ପୂଜା ବଜାରରେ ନିଶ୍ଚୟ ଚହଳ ପକାଇବ । ଗୀତ ଥିଲା ‘ପ୍ରେମର ରଙ୍ଗୋଲୀ’ ।

ତେବେ ଏବେ ଏହି ଫିଲ୍ମର ଟ୍ରେଲର ଦେଖିବାକୁ ମିଳିଛି । ଚଳିତ ମାସ ୩୧ରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ କଣ ଜଲୱା ଦେଖାଉଛି ତାହା କେବଳ ଦେଖିବାକୁ ବାକି ରହିଲା ।

ଏଠାରେ ଆମେ କହୁ ରଖୁଛୁ ଯେ ଏହି ଅପକମିଂ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କୋରିଓଗ୍ରାଫର୍ ଅମିତ୍ । ଫିଲ୍ମର ସଙ୍ଗୀତର ଭାର ତୁଲାଇଛନ୍ତି ପ୍ରେମ ଆନନ୍ଦ । ସିନେମାରେ ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ରତନ ମେହେର୍, ଜର୍ଜ ତିଆଡି ଏବଂ ପ୍ରତିଭା ପଣ୍ଡା ଆଦି କଳାକାରଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାକୁ ନେଇ ଫିଲ୍ମର ଲିଡ୍ ଷ୍ଟାର୍ ଅଛନ୍ତି ବେଶ ଏକ୍ସାଇଟେଡ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More