Only for Entertainment

ମୁକ୍ତିଲାଭ କଲା ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ‘ସେଲଫିସ୍ ଦିଲ୍’ର ଟାଇଟଲ ଟ୍ରାକ !

31

ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ‘ସେଲଫିସ୍ ଦିଲ୍’ । ସିନେମାରେ ନାୟକ ଭାବେ ନବାଗତ ନାୟକ ଶ୍ରେୟାନଙ୍କୁ ଦେଖିବାକୁ ମିଳିବ । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ଓଲିଉଡ୍ ବିୟୁଟିଫୁଲ୍ ଆକ୍ଟ୍ରେସ୍ ସୂର୍ଯ୍ୟମୟୀ । ଦୁହିଁଙ୍କୁ ନେଇ ଏବେ ମୁକ୍ତିଲାଭ କରିଛି ଫିଲ୍ମର ଟାଇଟଲ ଟ୍ରାକ  । ଖୁବ ରୋମାଂଟିକ ହୋଇଛି ଯାହା ଦର୍ଶକଙ୍କୁ କରିବ ମତୁଆଲା ।


ଗୀତରେ ଶ୍ରେୟାନ ଏବଂ ସୁର୍ଯ୍ୟମୟୀଙ୍କ ରୋମାଂଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଏହି ଗୀତକୁ ଗାଇଛନ୍ତି ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୌମିତ୍ର ପଲାଇ ଏବଂ ଲିରିକ୍ସ ଲେଖିଛନ୍ତି ଡ. ନିର୍ମଳ ନାୟକ । ଏହି ଟାଇଟଲ ଟ୍ରାକ ସେଲଫିସ ଦିଲ’ର କୋରିଓଗ୍ରାଫି କରିଛନ୍ତି ରାଜୀବ ସିଂ । ତେବେ ଖୁବ ଶୀଘ୍ର ପରଦାକୁ ଏହି ସିନେମା ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More