Only for Entertainment

ଫେମିନା ମିସ ଇଣ୍ଡିଆ ୨୦୧୮ର ଟପ-୧୨ ରେ ଓଡିଆ ଝିଅ ଶ୍ରୁତିକ୍ଷା

Mycitylinks
0 47

ଫେମିନା ମିସ ଇଣ୍ଡିଆ ୨୦୧୮ର ଟପ-୧୨ରେ ରହିଲେ ମିସ ଇଣ୍ଡିଆ ଓଡିଶା ହୋଇଥିବା ଓଡିଆ ଝିଅ ଶ୍ରୁତିକ୍ଷା ନାୟକ । ବୁଧବାର ମୁମ୍ବାଇରେ ଅନୁଷ୍ଠିତ ଏଫିବିବି କଲର୍ସ ଫେମିନା ମିସ ଇଣ୍ଡିଆର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା । ଫିନାଲେରେ ଶ୍ରୁତିକ୍ଷା ୩୦ ଟି ରାଜ୍ୟର ଅନ୍ୟ ପ୍ରତିଯୋଗୀଙ୍କ ସହିତ ପ୍ରତିଯୋଗିତା କରିଥିଲେ । ଏହି ଅବସରରେ ବଲିଉଡ ଡ୍ୟାନ୍ସିଂ କୁଇନ ମାଧୁରୀ ଦିକ୍ଷିତଙ୍କ ସହ ‘ଡୋଲାରେ’ ଗୀତରେ ଡ୍ୟାନ୍ସ କରିଥିଲେ ।

shrutiksha-nayak

ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ପାଠ ପଢୁଥିବା ଶ୍ରୁତିକ୍ଷା ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ଉତ୍ତୀର୍ଣ୍ଣ ହୋଇ ଫିନାଲେରେ ପହଁଚିଥିଲେ । ଏକାଧାରରେ ଜଣେ ନୃତ୍ୟଙ୍ଗନା, ମଡେଲ ଭାବରେ ପ୍ରତିଯୋଗିତାରେ ଦକ୍ଷତା ଦେଖାଇଥିବା ଶ୍ରୁତିକ୍ଷା ମିସ ଟ୍ୟାଲେଣ୍ଟ ରାଉଣ୍ଡରେ ହିପହପରେ ଡ୍ୟାନ୍ସ କରିଥିଲେ । କେବଳ ଏତିକି ନୁହେଁ ନିଜର ଆକର୍ଷଣୀୟ ହସ ପାଇଁ ‘ମିସ ବିୟୁଟିଫୁଲ ସ୍ମାଇଲ’ କାଟେଗୋରିରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଛନ୍ତି ।

sn

ଏହି ପ୍ରତିଯୋଗିତା ସହ ସେ ନିଜକୁ ଜଣେ ପ୍ରତିଷ୍ଠିତ ମଡେଲ ଭାବରେ ଗଢିତୋଳିବେ ଏବଂ କଠୋର ପରିଶ୍ରମ କରି ଆଗାମୀ ଦିନରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ଗୌରବାନ୍ୱିତ କରିବେ ବୋଲି ଶ୍ରୁତିକ୍ଷା କହିଛନ୍ତି । ସେହିଭଳି ଏଲଜିବିଟି କମ୍ୟୁନିଟି ପାଇଁ ସେ କାମ କରିବାକୁ ଲକ୍ଷ ରଖିଛନ୍ତି । ଏହା ସହିତ ସେ ସାମାଜିକ ସୁରକ୍ଷା ଉପରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More