Only for Entertainment

ଶୋଇଥିବା ଅବସ୍ଥାରେ ବି ଆଖି ରହିଥାଏ ଜାଗ୍ରତ ।

Today
0 37

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ । ଏହା ଆମେ ନୁହେଁ ଗବେଷଣାରୁ ଜଣାପଡିଛି । ସାରା ସରୀର ଗଭୀର ନିଦ୍ରାରେ ଚଳତଶକ୍ତି ହୀନ ହୋଇଥିବା ବେଳେ ଆଖି ସଜାଗ ରହିଥାଏ । କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଦୀର୍ଘଦିନ ଧରି ଗବେଷଣା କରିବା ପରେ ଏହି ସମ୍ପର୍କିତ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି ।

CLOSED-EYES-facebook

ନିଦରେ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ । ଏହି ସମୟରେ ହ୍ୟୁମାନ ଗ୍ରୋଥ ହରମୋନ କ୍ଷରିତ ହୋଇଥାଏ । ଏହା ଶରୀର ବିକାଶରେ ସହାୟକ ହୋଇଥାଏ । ତେଣୁ ଅଧିକ ଶୋଉଥିବା ନବଜାକଙ୍କର ଶରୀର ବିକାଶ ଶୀଘ୍ର ହୋଇଥାଏ । କିନ୍ତୁ ନିଦ ସମୟରେ ନାକର କ୍ଷମତା କମିଯାଇଥାଏ । ତେଣୁ ଶୋଇବା ସମୟରେ ମଣିଷ ସୁଗନ୍ଧ କିମ୍ବା ଦୁର୍ଗନ୍ଧ ବିଷୟରେ ଜାଣିପାରେ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଶୋଇଥିବା ଅବସ୍ଥାରେ ମଧ୍ୟ ଆଖି ଜାଗ୍ରତ ଥିବାରୁ ମଣିଷ ସ୍ୱପ୍ନ ଦେଖିଥାଏ । ମଣିଷ ଦେଖୁଥିବା ଭଲ ଏବଂ ଖରାପ ସ୍ୱପ୍ନ ଉଠିବା ପରେ ମଣିଷକୁ ପ୍ରଭାବିତ କରିଥାଏ । ତେଣୁ ଖରାପ ସ୍ୱପ୍ନ ଦେଖିଲେ ମନ ଖରାପ ରୁହେ ଅନ୍ୟ ପକ୍ଷରେ ଭଲ ସ୍ୱପ୍ନ ଦେଖିଲେ ମନ ପ୍ରଫୁଲ୍ଲ ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More